ବ୍ରହ୍ମପୁର ,୩ /୧୦(ଡି .ଏଚ / ଇ .ରଞ୍ଜନ): ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଅନୁଷ୍ଠିତ ଏନଏସଏସ ତରଫରୁ ଆୟୋଜିତ ୭ ଦିନ ବ୍ୟାପି ସ୍ୱତନ୍ତ୍ର ସେବା ଶିବିରର ପଞ୍ଚମ ଦିବସରେ ଗାନ୍ଧୀ ଜୟନ୍ତୀ ର ଶୁଭ ଅବସରରେ ‘ଫିଟ ଇଣ୍ଡିଆ ରନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଏନଏସଏସ ର ସମସ୍ତ ସ୍ବେଛାସେବୀ ସକାଳୁ ଉଠି ଯୋଗଭ୍ୟାସ କରିଥିଲେ l ଯୋଗାଭ୍ୟାସ ପରେ ସ୍ବେଛାସେବୀ ମାନେ ଆରୋହିତ ପୋଷ୍ୟ ଗ୍ରାମ ହରିଡ଼ାଖଣ୍ଡିରେ ଏକ ଜନ ସଚେତନତା ସଭାର ଆୟୋଜନ କରିଥିଲେ l ଏହି ସଭାରେ ସ୍ବେଛାସେବୀ ମାନେ ନୃତ୍ୟ ଓ ଏକକ ଅଭିନୟ ମାଧ୍ୟମରେ ଗ୍ରାମବାସୀଙ୍କୁ ପଲିଥିନ ଓ ପ୍ଲାଷ୍ଟିକ କୁ ସାର୍ବଜନୀନ ଜୀବନରୁ ଦୁରେଇବା ପାଇଁ ଆହ୍ୱାନ ଦେଇଥିଲେ l ପ୍ଲାଷ୍ଟିକ ମୁକ୍ତକୁ ହଟାଇ ବା ସହ ସୁସ୍ଥ ସମାଜ ଉପରେ ଏହି କାର୍ଯ୍ୟକ୍ରମକୁ ଜନମାନସରେ ଜାଗ୍ରତ କରିବା ନିମନ୍ତେ ସ୍ବେଛାସେବୀ ମାନେ ଗ୍ରାମର ବିଭିନ୍ନ ସାହି ରାସ୍ତା ରେ ପଡ଼ିଥିବା ପ୍ଲାଷ୍ଟିକ ଓ ପଲିଥିନ କୁ ଆବର୍ଜନା ଡବାରେ ଏକତ୍ରିତ କରିଥିଲେ l ‘ଫିଟ ଇଣ୍ଡିଆ ‘ ର ଆହ୍ୱାନ ଏବଂ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ବୈଠକରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ପ୍ରମିଳା ଖାଡ଼ଙ୍ଗା, ଏନଏସଏସ ର କାର୍ଯ୍ୟକାରୀ ସମ୍ପାଦକ ଡ଼କ୍ଟର ଶୁଭଶ୍ରୀ ଅପରାଜିତା, ରବୀନ୍ଦ୍ର କୁମାର ପଣ୍ଡା, ଉପଦେଷ୍ଟା ଡ. ଆନନ୍ଦ ସେଠୀ, ଶ୍ରୀଯୁକ୍ତ ଶଙ୍କର ମହାପାତ୍ର, ଡ. ଚିତ୍ତରଞ୍ଜନ ମହାନ୍ତି, ଡ. ଅନିତା ପାଢ଼ୀ, ଶ୍ରୀ ପରାଉ ମାଝୀ ଓ କ୍ରୀଡା ପ୍ରଶିକ୍ଷକ ଗୌରୀ ଶଙ୍କର ପାତ୍ର ଆଦି ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେବା ସହିତ ପ୍ଲାଷ୍ଟିକ ବର୍ଜନ ଓ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ରେ ନିଜର ଯୋଗଦାନ ଦେଇଥିଲେ l ଦିବସର ଦ୍ୱିତୀୟ ପର୍ଯ୍ୟାୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏନଏସଏସ ବ୍ୟୁରୋ ର ସଦସ୍ୟ ଶ୍ରୀଯୁକ୍ତ ସୁଶାନ୍ତ ସାହୁ ଓ ଶ୍ରୀଯୁକ୍ତ ଗଣେଶ ସାହୁ ସ୍ୱତନ୍ତ୍ର ଶିବିର ପରିଦର୍ଶନ ରେ ଆସି ସ୍ବେଛାସେବୀ ମାନଂକୁ ଉତ୍ସାହ ପ୍ରଦାନ କରିଥିଲେ l ଏତଦବ୍ୟତୀତ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାର ମଧ୍ୟ ଆୟୋଜନ କରାଯାଇଥିଲା l ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା l

















