ରଙ୍ଗେଇଲୁଣ୍ଡା,୧।୧୦(ଡି.ଏଚ / ପ୍ରଫୁଲ ସାବତ ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଚିକରଡ଼ା ଗ୍ରାମରେ ଦୂଷିତ ପାଣି ପିଇ ରବିବାର ୩୦୦ରୁ ଊର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୋମବାର ୩୦ ଜଣ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଆରବିଏସ୍କେ (ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ)ର ଦୁଇଟି ଟିମ ଗ୍ରାମରେ ପହଞ୍ଚୀ ପ୍ରତି ଘରକୁ ଓଆର୍ଏସ୍ ଔଷଧ ସହ ପାଣିରେ ବ୍ଲଚିଂ ମିଶାଇ ପିଇବାକୁ ପରାମର୍ଶ ଦିଆଯାଇଛି । ସେପଟେ ଖବର ପାଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଜିଲ୍ଲା ସ୍ବାସ୍ତ୍ୟ ଅଧିକାରୀ ବିଜୟ ପାଣିଗ୍ରାହୀ, ବୀଡ଼ିଓ କୁମାର ନାଗଭୁସନଙ୍କ ସହ ଏକ ସ୍ବାସ୍ତ୍ୟ ଟିମ ପହଂଚି ଅନୁଧ୍ୟାନ କରିଛନ୍ତି ।

ପ୍ରକାଶ ଯେ, ଜିଲାର ବିଭିନ୍ନ ସ୍ଥାନରେ କିଛିଦିନ ହେଲା ବର୍ଷା ଲାଗି ରହିଛି। ଚିକରଡ଼ା ଗ୍ରାମର toବୋରୱେଲ ଖାଲୁଆ ସ୍ଥାନରେ ଥିବାରୁ ଦୂଷିତ ପାଣି ସେଠାରେ ଜମି ରହିଥିଲା । ପରେ ବୋରୱେଲ ଭିତରକୁ ତାହା ପଶି ଯାଇଥିଲା। ଗତ କିଛିଦିନ ଧରି ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏହି ପାଣି ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଇଥିଲା । ଖବର ପାଇ ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ ପହଞ୍ଚି ସ୍ବାସ୍ଥ୍ୟ ଅଧିକାରୀ, ଗ୍ରାମ୍ୟ ଓ ଜଳ ଯୋଗାଣ ଅଧିକାରୀ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଘଟଣା ଉପରେ ଦୃଷ୍ଟି ରଖାଯାଇଥିବା ବିଧାୟକ ସୂଚନା ଦେଇଛନ୍ତି । ଅନ୍ୟ ସାହିରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପୀବାରେ ଲାଗିଛି । ଏହାର ପ୍ରତିକାର ପାଇଁ ଔଷଧ, ବ୍ଲିଚିଂ ଏବଂ ଓଆର୍ଏସ୍ ପ୍ୟାକେଟ ବଣ୍ଟନ କରାଯାଇଥିବା ବିଡିଓ କହିଛନ୍ତି।

















