ଭୁବନେଶ୍ୱର,୧/୧୦(ଡି .ଏଚ): ରାଜ୍ୟର ସବୁ ସହରାଞ୍ଚଳରେ ୫୦ ମାଇକ୍ରନରୁ କମ୍ ମୋଟେଇର ପଲିଥିନ ପୂରାପୂରି ଭାବେ ବ୍ୟାନ୍ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ସଚିବ। କେହି ପଲିଥିନ ତିଆରି କିମ୍ବା ବିକ୍ରି କରିପାରିବେ ନାହିଁ। ସେହିପରି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ସାମଗ୍ରୀ ଯଥା-କପ୍ ପ୍ଲେଟ୍, ଚାମଚ, ବାଉଲ୍, ଗ୍ଲାସ୍ ଭଳି ସାମଗ୍ରୀ ଉପରେ ମଧ୍ୟ କଟକଣା ଲଗାଯାଇଛି।

















