Friday, November 20, 2026
ADVERTISEMENT
Home ଆଞ୍ଚଳିକ ଦ୍ରୁତ ଗତିରେ ଯାଉଥିବା ବସ୍‌ର ଡ୍ରାଇଭର ଅଟକ।

ଦ୍ରୁତ ଗତିରେ ଯାଉଥିବା ବସ୍‌ର ଡ୍ରାଇଭର ଅଟକ।

314
ADVERTISEMENT

କୁକୁଡାଖଣ୍ଡି,୩୦/୯( ଈ.ରଞ୍ଜନ) : ବ୍ରହ୍ମପୁରରୁ ହିଞିଳିକାଟୁ ଅଭିମୁଖେ ଯାଉଥିବା ସାଇରାମ ନାମକ ଯାତ୍ରୀବାହୀ ବସ୍‌ ଦ୍ରୁତ ଗତିରେ ଯାଉଥିବା ବେଳେ ସଦରଥାନା ପୋଲିସ ବସକୁ ଅନୁସରଣ କରି ସମରଝୋଳ ନିକଟରେ ଅଟକାଇ ଡ୍ରାଇଭରକୁଂ ଥାନାକୁ ଆଣି ଅଟକ ରଖିଛି। ଏନେଇ ବସ ମାଲିକକୁଂ ଥାନାକୁ ଡକାଯାଇ ତାଗିତ କରାଯାଇଛି । ଥାନାରେ କାଯ୍ୟରତ୍ତ ଜଣେ ଏସଆଇ ବ୍ରହ୍ମପୁରରୁ ଆସୁଥିବା ବେଳେ ବସଟି ଦ୍ରୁତ ଗତିରେ ଓଭଟରେକ କରି ଯାଉଥିଲା । ଏପରି ବହୁ ବସ ପ୍ରତିଦିନ ଦ୍ରୁତ ଗତିରେ ଯାଉଥିବା ବେଳେ ସାଧାରଣ ଲୋକେ ଭୟଭିତ ମନେ କରନ୍ତି l ଦ୍ରୁତ ମହାବିପତ୍ତି, ମଦ୍ୟପାନ ସହ ଗାଡି ଚଳାଇବା , ଏଭଳି ବିଭିନ୍ନ ନିୟମକୁ କିଛି ଅସାଧୁ ଗାଡି ଚାଳକ ମାନେ ନିୟମ ଭଙ୍ଗ କରି ଯାତ୍ରୀ ଖୋଜି ବସ୍ ରେ ଚଢେଇ ବାରେ ବ୍ୟସ୍ତ ରହି ଗୋଟିଏ ବସ କୁ ଅନ୍ୟ ବସକୁ ଅଭରଟେକ କରି ଯିବା ଆସିବା କରିବା ଫଳରେ ଲୋକ ମାନେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜୀବନ ହରାଉଥିବା ଦେଖାଦେଉଛି l କିନ୍ତୁ ବସଚାଳକଙ୍କ ବେପରୁଆ ଗାଡି ଚାଳନାକୁ ପ୍ରଶାସନ ତିଳେ ମଧ୍ୟ ଦୃଷ୍ଟି ନଦେବା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ହାନି ହଉଛି ବୋଲି ବୁଦ୍ଧି ଯିବି ମହଲରେ ପ୍ରକାଶ ପାଇଛି l

Advertisement