ବାଲିଗୁଡ଼ାକ,୩୦ /୯ (ଡି.ଏଚ /ସୁରେଶ କୁମାର ପଣ୍ଡା ) : କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକର ବିଜେଡି ବ୍ଲକ ସଭାପତି ବାସୁଦେବ ପଣ୍ଡାଙ୍କୁ ବିଜେଡି ସାଂସଦ ପ୍ରତିନିଧି ଭାବେ ଚୟନ କରିଥିବାରୁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେବାସହ କୃତଜ୍ଞତା ଜଣାଇଥିଲେ । ଆଜି ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ କୃଷ୍ଣ ମୋହନ ପାଣିଗ୍ରାହୀ ଓ ବ୍ଲକ ଅଧକ୍ଷା ଶ୍ରୀମତୀ ସୁଲୋଚନା ଦଳବେହେରା ଓ ବିଜେଡିର ବରିଷ୍ଠ କର୍ମୀଙ୍କ ସହ ମିଶି ନୂଆଗାଁ ବିଡ଼ିଓଙ୍କୁ ଚିଠି ଦେଇଥିଲେ ।

















