କୁକୁଡାଖଣ୍ଡି ,୨୯/୯(ଇ . ରଞ୍ଜନ ):ମୁଖ୍ୟମନ୍ତ୍ରୀଙ୍କ ୫-ଟିକୁ ଆଧାର କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ଜନସାଧାରଣଙ୍କ ସହାୟତା ଏବଂ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ହାତ ପାହାନ୍ତାରେ ପହଂଚାଇବା ନିମନ୍ତେ ଜିଲ୍ଲାରେ ଆଜିଠାରୁ ଏକ ଅଭିନବ ସମାଧାନ ଶିବିର ମୋ ଗାଁରେ ତହସିଲ ଶୁଭାରମ୍ଭ କରିଛନ୍ତି । କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ବାଲିପଡା ପଞାୟତ ପରିସରରେ ମୋ ଗାଁରେ ତହସିଲ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ତହସିଲକୁ ଯାଇ ପାରୁନଥିବା ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ରେ ରେକର୍ଡ ସଂଖ୍ୟକ ଭାବେ ବିଭିନ୍ନ ପଟ୍ଟା ପାଇବାରୁ ବଂଚିତ ଥିବା ହିତାଧିକାରୀ ନିଜ ପଟ୍ଟା ପାଇବା ପାଇଁ ଆବେଦନ କରିଥିଲେ lଏହାକୁ ତହସିଲଦାର ସୁବାଶ ଚନ୍ଦ୍ର ରଇତ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ହିତାଧିକାରୀମାନଙ୍କୁ କିପରି ସମସ୍ତ କାର୍ଯ୍ୟକ୍ରମ ସୁବିଧାରେ ଜାଣିପାରିବେ, ସେଥିପ୍ରତି ଉପସ୍ଥିତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ପଞାୟତର ପ୍ରାୟ ୪ହଜାର ହିତାଧିକାରୀ ବିଭିନ୍ନ ପ୍ରକାର ଫର୍ମ ଆବେଦନ କରିଥିଲେl ଜନସାଧାରଣଙ୍କୁ ମୋ ଗାଁରେ ତହସିଲ ସେବା ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମର ସୂଚୀ ସମ୍ପର୍କରେ ସଚେତନ କରାଇଥିଲେ । ଏଥିରେ ବସୁନ୍ଧରା, ମ୍ୟୁଟେସନ, ଇ-ପାଉତି, ଗ୍ରାମକଣ୍ଠକ, ମିସଲେନିଏସ, ସାର୍ଟିଫିକେଟ, ୧୯(୧) ସିଓଏଲଆର ୮ ଏ ସମେତ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟ ସମାଧାନ ହେବ ।କାର୍ଯ୍ୟକ୍ରମ ରେ ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ, ଆରଆଇ ଗୋପୀନାଥ ଶତପଥି, ଗୁରୁନାଥ ପ୍ରଧାନ, ରଞ୍ଜନବାବୁ , ରଶ୍ମିତା ମାଲିକ ଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେl

















