Saturday, November 21, 2026
ADVERTISEMENT
Home ଆଞ୍ଚଳିକ ମାଣ୍ଡେଲା ଶାନ୍ତିଦୂତ ପୁରସ୍କାର ପାଇଲେ ...

ମାଣ୍ଡେଲା ଶାନ୍ତିଦୂତ ପୁରସ୍କାର ପାଇଲେ ଡ଼ ତିରୁପତି ପାଣିଗ୍ରାହୀ

275
ADVERTISEMENT

ପାରଳାଖେମୁଣ୍ଡି,୨୯/୯ (ଡି .ଏଚ )- ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡ଼ ତିରୁପତି ପାଣିଗ୍ରାହୀ ଙ୍କୁ ମାଣ୍ଡେଲା ଶାନ୍ତିଦୂତ ପୁରସ୍କାର ରେ ସମ୍ମାନିତ କରାଯାଇଛି। ଅନ୍ତରାଷ୍ଟ୍ରୀୟ ଯୁବ କମିଟି (ଆଇ ୱାଇ ସି) ର ସଭାପତି ଜୟନ୍ତ ପାତ୍ର ଡ଼ ପାଣିଗ୍ରାହୀ ଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି l ବହୁ ପଛରେ ଥିବା ଗଜପତି ଜିଲ୍ଲା କୁ ଶିକ୍ଷା କୃଷି ଓ ସ୍ୱାସ୍ଥ୍ୟ ର ବିକାଶ ପାଇଁ ଯେଉଁ ଚେଷ୍ଟା ଜାରି ରଖିଛନ୍ତି ଓ ଏହି ସମ୍ମାନ ପାଇ ସେ ବହୁତ ଗର୍ବିତ ବୋଲି କହିଛନ୍ତି।

ଏ ପୁରସ୍କାର ପାଇବାପରେ ଗଜପତି ଜିଲ୍ଲା ବାସି ତଥା ଗଜପତି ରାଓ, କ୍ରିଷ୍ଣା ରାୟ , ବି ବାଲରାଜୁ, କୃଷ୍ଣ କୁମାର ବେହେରା , ବେନିକ ଗୋମଙ୍ଗ, ଏସ ବାଲରାଜୁ ଗବରା, ତିରୁପତି ରାଓ ଓ ସ୍ୱାଭିମାନ ମଞ୍ଚର ସମସ୍ତ ସଦସ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ଶେଷ ଭାଗରେ ଡ଼ ପାଣିଗ୍ରାହୀ ଙ୍କ ଜୀବନ କାହାଣୀ କୁ ନେଇ ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ଅତିଥି ମାନେ ଏହାକୁ ଦେଖି ଖୁବ୍ ପ୍ରଶଂସା କରିଥିଲେ।

Advertisement