Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବିପଦକୁ ସାମ୍ନା କରି ରାସ୍ତା ପାରି କରନ୍ତି ମାର୍କଣ୍ଡି ଗ୍ରାମବାସୀ

ବିପଦକୁ ସାମ୍ନା କରି ରାସ୍ତା ପାରି କରନ୍ତି ମାର୍କଣ୍ଡି ଗ୍ରାମବାସୀ

267
ADVERTISEMENT

ବ୍ରହ୍ମପୁର,୨୮/୯(ଡି.ଏଚ)-ଗଂଜାମ ଜିଲ୍ଲା ରଙ୍ଗେଉଲୁଣ୍ଡ ବ୍ଲକ ଅନ୍ତର୍ଗତ ମାର୍କଣ୍ଡି ଗ୍ରାମ ବାସୀ ବହୁ ବିପଦରେ ରାସ୍ତା ପାରି କରିବା ଦେଖିବାକୁ ମିଳିଛି। ସମୁଦ୍ର ଓ ନଦୀ ମଧ୍ୟ ଭାଗ ରେ ରହିଛି ମାର୍କଣ୍ଡି ଗ୍ରାମ । ବହୁ ବର୍ଷ ହେବ ଦାବି କରିଆସୁଥିଲେ ହିଁ ଗତ 5 ବର୍ଷ ତଳେ ଆରମ୍ଭ ହୋଇଥିଲା ପୋଲ କାମ କିନ୍ତୁ ଆଜି ପର୍ଯ୍ୟନ୍ତ ୫୦ପ୍ରତିଶତ କାମ ସାରିନାହିଁ । ପ୍ରଶାସନ ଏହା ଉପରେ ନଜର ହି ଦେଉନାହାନ୍ତି । ପ୍ରାୟ 20 ବର୍ଷ ପୂର୍ବେ ମାର୍କଣ୍ଡି ବାସି ଡଙ୍ଗା ରେ ଯିବା ଆସିବା କରୁଥିଲେ ।

ସେହି ସମୟ ରେ ବିଧାୟକ ଥିଲେ ଘନଶ୍ୟାମ ବେହେରା ତାଙ୍କ ବିଧାୟକ ପାଣ୍ଠି ରୁ ଏହି ଗ୍ରାମ ରେ ଛୋଟିଆ ପୋଲ ଟି ତିଆରି କରିଥିଲେ କିନ୍ତୁ ଏହି ପୋଲ ଉପର ଦେଇ ପାଣି ଯିବାରୁ ପୁଣି ଲୋକେ ସେଇ ଡ଼ଙ୍ଗା ରେ ହି ଯିବା ଆସିବା କରିଥିଲେ ଓ ବର୍ତମାନ ଏହି ପୋଲ ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ନଜର କୁ ଆସିଛି। ପରବର୍ତ୍ତୀ ସମୟ ରେ ପୋଲ କାମ ଆରମ୍ଭ ହୋଇଥିଲେବୀ 5ବର୍ଷ ବିତିଯାଇଥିଲେ ହି 50ପ୍ରତିଶତ କାମ ସାରିନାହିଁ । ବହୁଦିନ ହେବ କାମ ବନ୍ଦ ହୋଇଥିବା ବେଳେ କେବେ ପୁଣି କାମ ଆରମ୍ଭ କରିବେ ତାହା ଜଣା ପଡୁନାହିଁ ବୋଲି ଗ୍ରାମ ବାସୀ ଶରତ ଚନ୍ଦ୍ର ବେହେରା ପି ନାରୀସୁମୁଲୁ ରେଡ୍ଡୀ ଏମ ରଘୁନାଥ ବି ରୁଦ୍ରୟ ବି ତାତେୟ କ୍ଷେତ୍ର ବେହେରା ଏସ ତଫାନି ରେଡ୍ଡୀ ଜଣାଇଛନ୍ତି । ତୁରନ୍ତ ଏହି ପୋଲ କାମ ଆରମ୍ଭ ନ ହେଲେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଧାରଣା ରେ ବସିବୁ ବୋଲି ଗ୍ରାମ ମୁଖିଆ ଶରତ ଚନ୍ଦ୍ର ବେହେରା ଜଣାଇଛନ୍ତିl

Advertisement