Friday, November 20, 2026
ADVERTISEMENT
Home ଆଞ୍ଚଳିକ ବି.ଜେ.ପି ପକ୍ଷରୁ କବିସୂର୍ଯ୍ୟନଗର ବ୍ଲକ ଅଫିସ ଘେରାଉ କରିଛି

ବି.ଜେ.ପି ପକ୍ଷରୁ କବିସୂର୍ଯ୍ୟନଗର ବ୍ଲକ ଅଫିସ ଘେରାଉ କରିଛି

328
ADVERTISEMENT

କବିସୂର୍ଯ୍ୟନଗର, ୨୭ା୯ (ସୁଦାମ ମହାରଣା): ବି.ଜେ.ପି ପକ୍ଷରୁ କବିସୂର୍ଯ୍ୟନଗର ବ୍ଲକ ଅଫିସ ଘେରାଉ କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା ଓ ଜନସାଧାରଣଙ୍କ ପାଖରେ ରାଜ୍ୟ ସରକାର ବିଭ୍ରାନ୍ତିକର ତଥ୍ଯ ରଖିଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। କେନ୍ଦ୍ରୀୟ ଅନୁଦାନରେ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ବିଜୁ ପକ୍କା ଘର ନାମରେ ଚଞ୍ଚକତା କରି ମିଛ ବିଜ୍ଞାପନରେ ଲୋକଙ୍କୁ ଭୂଆଁ ବୁଲା ଯାଉଥିବା ଅଭିଯୋଗ କରିଛି ବିଜେପି । ଏହା ସଂଘୀୟ ବ୍ୟବସ୍ଥାରେ ରୁଗଣ ମାନସିକତା ବୋଲି କହିଛି ବିଜେପି। ଚଳିତ ବଜେଟରେ ବିଜୁ ପକ୍କା ଘର ନାମରେ ଟକାଂ ଟିଏ ବଜେଟ୍ ନଥିବା ବେଳେ ରାଜ୍ୟ ସରକାର କିପରି ବିଜୁ ପକ୍କା ଘର ବିଜ୍ଞାପନ ଲଗାଉଛନ୍ତି ସେ ନେଇ ପ୍ରଶ୍ନ କରାଯାଇଛି । କବିସୂର୍ଯ୍ୟନଗର ବ୍ଲକରେ ଆବାସ ଯୋଜନାରେ ସଠିକ୍ ହିତାଧିକାରୀ ଉପକୃତ ନ ହେବା, ରାସନ କାର୍ଡ ଅନିୟମିତତା, ତିତିଲି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ନ ମିଳିବା ଭଳି ଦାବି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Advertisement