ହିଂଜିଳିକାଟୁ,(ଡି.ଏଚ)୨୭ା୯ (ଶେଷଦେବ ସାହୁ): ହିଂଜିଳି ଥାନା ତଥା ଶେରଗଡ଼ ବ୍ଳକ ତହଁର ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଚଳିତ ମାସ ୧୧ ତାରିଖ ଭୋରରେ ପୂର୍ବତନ ସରଂପଚ ପଦ୍ମ ଚରଣ ପାଢିଙ୍କୁ କିଛି ଦୁବୃର୍ତ ଆକ୍ରମଣ କରିଥିଲେ । ଆକ୍ରମଣରେ ପୂର୍ବତନ ସରଂପଚ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇ କିଛି ଦିନ ପରେ ଘରକୁ ଫେରିଥିଲେ । ଉକ୍ତ ଘଟଣାରେ ସଂପୃକ୍ତ ୨ ଦୁବୃର୍ତଙ୍କୁ ହିଞ୍ଜିଳି ପୋଲିସ ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀ ଭୂବନେଶ୍ୱର ସାଲିଆ ସାହିରୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ଆସିକା ଥାନା ସୁନାରୀ ସାହିର ସମିର ସାହୁ (୨୦) ଓ ଓଡ଼ଗାଁ ଥାନା ରଙ୍ଗଣିପାଟଣା ଗ୍ରାମର ଜିତେନ୍ଦ୍ର ପ୍ରଧାନ (୨୦) । ଗିରଫ୨ ଜଣଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଆକ୍ରମଣ ଘଟଣାରେ ଅନ୍ୟ ୨ ଜଣ ସଂପୃକ୍ତ ଥିବା ଏବଂ ସେମାନେ ବର୍ତମାନ ସୁଦ୍ଧା ଫେରାର ଅଛନ୍ତି । ଫେରାର ୨ ଦୁର୍ବତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ପ୍ରକାଶ ଯେ, ଚଳିତ ମାସ ୧୧ ତାରିଖରେ ତହଁର ଗ୍ରାମ ପଂଚାୟତର ପୂର୍ବତନ ସରଂପଚ ପାଢି ସବୁଦନ ପରି ବୁଧବାର ଭୋର ପ୍ରାୟ ୩ ଟାରେ ଶୌଚ ସକାଶେ ଘର ବାରିପଟ ପାଇଖାନାକୁ ଯାଇଥିଲେ । ଉକ୍ତ ସମୟରେ ପୂର୍ବ ଯୋଜନା ମୁ୍ତାବକ ପାଢିଙ୍କ ଘରର ବାରିପଟ ପାଇଖାନା ନିକଟରେ ଦୁବୃର୍ତ ମାନେ ଛକି ରହିଥିଲେ । ପାଢି ଶୌଚ ସକାଶେ ପାଇଖାନା ନିକଟକୁ ଆସୁଥିବା ବେଳେ ଦୁବୃର୍ତ ମାନେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଦୁବୃର୍ତଙ୍କ ଆକ୍ରମଣରେ ପୂର୍ବତନ ସରଂପଚ ପାଢି ଗୁରୁତର ଆହତ ହୋଇ ତଳେ ପଡ଼ି ଯାଇଥିଲେ । ପାଢିଙ୍କ ଚିକ୍ରାର ଶୁଣି ତାଙ୍କ ସାନଭାଇ ତ୍ରିଲୋଚନ ଘଟଣା ସ୍ଥଳକୁ ଆସିବା ବେଳକୁ ଦୁୃବୃର୍ତ ମାନେ ଦୁଇଟି ବାଇକ ନଂ- ଓଆର୦୭ଭି ୦୫୧୦ ଓ ଓଆର୦୨ ୧୬୧୯ ଯୋଗେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରୁ ରକ୍ତ ଜୁୂଡ଼ୁବୁଡ଼ୁ ଅବସ୍ଥାରେ ବଡ଼ଭାଇ ପାଢିଙ୍କୁ ସାନଭାଇ ତ୍ରିଲୋଚନ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଘଟଣା ନେଇ ପୂର୍ବତନ ସରଂପଚ ପାଢିଙ୍କ ପୁତୁରା ଅରୁଣ କୁମାର ପାଢି ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତିରେ ନଂ – ୨୩୬/୧୯ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା ।

















