ସାନଖେମୁଣ୍ଡି, ୨୭/୯ (ପ୍ରଫୁଲ୍ଲ କୁମାର ସାବତ):ସଂପ୍ରତି ଓଡିଶାର ଦାଦନ ସମସ୍ୟା ରାଷ୍ଟ୍ରୀୟ ସ୍ତରରେ ଆଲୋଚ୍ୟ ବିଷୟ ହୋଇଥିଵା ବେଳେ ଏଥିପ୍ରତି ଦୃଷ୍ଟି ନଥିବା ଅନୁମାନ କରାଯାଇଅଛି l ସରକାରଙ୍କ 100 ଦିନର କର୍ମ ଯୋଗାଣ ବ୍ୟବସ୍ଥା ରାଜ୍ୟରେ ଫେଲ ମରିବା ,ଆଜିର କାର୍ଯ୍ୟରେ ଶ୍ରମଶକ୍ତି ରୋକାଯାଇ ଯାଂତ୍ରିକ ବ୍ୟବହାର କରିବା ଯାହାଫଳରେ ବହୁ ଶ୍ରମିକ ଗ୍ରାମ ଗହଳିରେ କର୍ମସଂସ୍ଥା ପାଇ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି l ଏହି କ୍ରମରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆମ୍ବ ଗାଁ ପଂଚାୟତ ସୁମନ୍ତପୁର ଗ୍ରାମର ହରିଜନ ପରିବାରର ସନ୍ତୋଷ ନାୟକଙ୍କ ପୁଅ ରାଜା ନାୟକ କେରଳର କୋଲାକୋଲମ ଠାରେ ଏକ ହୋଟେଲରେ କାମ କରୁଥିବା ବେଳେ ବିଷାକ୍ତ ରନ୍ଧା ଖାଦ୍ୟ ଯୋଗଁ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ଏ ସଂପର୍କରେ ସଠିକ ତଥ୍ୟ ନଥିଲେ ମଧ୍ୟ ଦୁଇଦିନ ତଳୁ ମରିଥିବା ରାଜାର ଶବକୁ ହୋଟେଲ ମାଲିକ ଆମ୍ବୁଲାନ୍ସ ଯୋଗେ ଜନ୍ମ ସ୍ଥାନ ସୁମନ୍ତପୁରରେ ପହଞ୍ଚାଇ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି l ହରିଜନ ସଂପ୍ରଦାୟର ହୋଇଥିବାରୁ ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ହତାଶ ଥିବାବେଳେ ପ୍ରଶାସନ ପାଖରେ କୌଣସି ତଥ୍ୟ ନଥିବା ଜଣାପଡିଛି l ଶବ ଆସିବା ଖବର ପାଇ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ତରଫରୁ କଂଗ୍ରେସର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲଷ୍ମୀ ପାତ୍ର ସୁମନ୍ତପୁର ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମ୍ବେଦନା ଜଣାଇବା ସହିତ ବିଧାୟକ ତରଫରୁ କିଛି ଆର୍ଥିକ ସହାୟତା କରିଛନ୍ତି l

















