Sunday, September 27, 2026
ADVERTISEMENT
Home ମନୋରଞ୍ଜନ ରଜନୀକାନ୍ତଙ୍କ ତାମିଲ ଫିଲ୍ମରେ ଓଡ଼ିଆ ଝିଅ

ରଜନୀକାନ୍ତଙ୍କ ତାମିଲ ଫିଲ୍ମରେ ଓଡ଼ିଆ ଝିଅ

392
ADVERTISEMENT

ପାରଳାଖେମୁଣ୍ଡି,୨୭/୯ (ପ୍ରଭାତ କୁମାର ପାତ୍ର)- ତାମିଲ ସିନେମାରେ ପାରଳାଖେମୁଣ୍ଡି ଝିଅ ଦେବୋସ୍କିତା ପଟ୍ଟନାୟକ ତାହା ପୁଣି ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମରେ। ଆସନ୍ତା ଜାନୁଆରୀରେ ରିଲିଜ ହେବାକୁ ଥିବା ‘ଦରବାର’ ଏକ ଗୀତରେ ପ୍ରତିଭା ପଦର୍ଶନ କରିଛନ୍ତି ଦେବୋସ୍କିତା ପଟ୍ଟନାୟକ । ଏହା ପ୍ରଚାରିତ ହେବା ପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ଏହାକୁ ନେଇ ତାଙ୍କ ପରିବାର ଲୋକେ ମଧ୍ୟ ବେଶ୍ ଖୁସି। ତେବେ ଏହି ଲାଇନରେ ନିଜର କେରିୟର ବନାଇବା ପାଇଁ ଚାହିୁଁଥିବା ଦେବୋସ୍କିତା ଆହୁରି ଅଧିକ କିଛି ଶିଖିବାର ଇଛା ବୋଲି କହିଛନ୍ତି ।
ଦେବୋସ୍କିତା ପଟ୍ଟନାୟକ +3 ପ୍ରଥମ ବର୍ଷର ଛାତ୍ରୀ ପାରଳାଖେମୁଣ୍ଡି ସହର ଅଙ୍କ ସାହି ବାସିନ୍ଦା ଦେବୋସ୍କିତା ବର୍ତମାନ ତାମିଲ ଫିଲ୍ମରେ ନିଜର ଯାଦୁ ଦେଖାଇଛନ୍ତି। ଯାହା ଓଡ଼ିଶା ପାଇଁ ଗର୍ବର କଥା । ସେହି ଭଳି ପ୍ରଖ୍ୟାତ ମ୍ୟୁଜିକ ଡାଇରେକ୍ଟର ଏ.ଆରା ରେହେମାନ୍ ଙ୍କ ଟିମରେ ବିଦେଶରେ କରିବାକୁ ଥିବା ଷ୍ଟେଜ ଶୋ ପାଇଁ ମଧ୍ୟ ସାମିଲ ହୋଇଛନ୍ତି ସେ। ପିଲାଦିନରୁ ମା’ ଇନ୍ଦ୍ରରା ପଟ୍ଟନାୟକ ଏବଂ ବାପା ସ୍ୱର୍ଗତ କୃଷ୍ଣମୋହନ ପଟ୍ଟନାୟକଙ୍କ ପ୍ରେରଣା ପାଇ ସେ ନୃତ୍ୟ ଶିକ୍ଷୀବା ଆରମ୍ଭ କରିଥିଲେ। ବ୍ରହ୍ମପୁର ନିଜ ମାମୁଁ ସୂଯ୍ୟନାରାୟଣ ପଟ୍ଟନାୟକଙ୍କ ଘରେ ରହି ଗୁରୁ ଜୟନ୍ତ ଆଚର୍ଯ୍ୟଙ୍କ ଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ। ପରେ ଭୁବନେଶ୍ୱରରେ ରହି ଗୁରୁ ରତିକାନ୍ତ ମହାପାତ୍ରଙ୍କ ଠାରୁ ନୃତ୍ୟ ଶିକ୍ଷା କରିଥିଲେ। ତେବେ ଓଡ଼ିଶାରେ ସେଭଳି କିଛି ସୁଜି ନଥିବାରୁ ଭାଇ ଦେବାଶେଷଙ୍କ ପରାମର୍ଶରେ ମୁମ୍ବଇ ଯାଇଥିଲେ। ଏଥିପାଇଁ ସୋସିଆଲ ମିଡ଼ିଆର ସାହାର୍ଯ୍ୟ ରେ ଅନୁଷ୍ଠାନ ଖୋଜିବା ସହ ସେଠାରେ ଏବେ ନୃତ୍ୟ ଶିଖୁଛନ୍ତି। ଝିଅର ସଫଳତାକୁ ନେଇ ମା ଓ ଭାଇ ବେସ ଖୁସି ପ୍ରକାଶ କରିବା ସହ ସେ ଏଇ ଲାଇନରେ ଆଉରି ଆଗକୁ ବହୁ ଏବଂ ଗଜପତି ଜିଲ୍ଲାର ନାଁକୁ ଆହୁରି ଆଗକୁ ନେଉ ବୋଲି କହିଛନ୍ତି। ନୃତ୍ୟରେ ନିଜର କ୍ୟାରିୟର କରିବାକୁ ସେ ପିଲାବେଳୁ ଆଗ୍ରହୀ ତେଣୁ ସମସ୍ତେ ପ୍ରକାର ସାହାୟତା ତାଙ୍କ ପରିବାର ପକ୍ଷରୁ ଯୋଗାଇ ଦିଆଯାଉଛି। ତେଣୁ ଭବିଷ୍ୟତରେ ମଧ୍ୟ ଯାହା ସାହାଯ୍ୟ ଦରକାର ତାହାରି ପ୍ରଦାନ କରାଯିବ ବୋଲି ମା’ଓ ଭାଇ କହିଛନ୍ତି। ସେହିପରି ଦେବୋସ୍କିତା ପଟ୍ଟନାୟକଙ୍କୁ ଏହି ସଫଳତାକୁ ପାରଳାଖେମୁଣ୍ଡିର ବୁଦ୍ଧିଜୀବୀ ଓ କଳାପ୍ରେମୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ବୋଲି କହିଛନ୍ତି।

Advertisement