Friday, November 20, 2026
ADVERTISEMENT
Home ଆଞ୍ଚଳିକ ଗାଇ କିଣି ଫସିଲେ

ଗାଇ କିଣି ଫସିଲେ

313
ADVERTISEMENT

କୁକୁଡାଖଣ୍ଡି,୨୬/୯(ଇ .ରଞ୍ଜନ ): ସଦର ଥାନା ଅନ୍ତର୍ଗତ ବ୍ରଜନଗର ସ୍ଥିତ ଖାରବେଳନଗର ୩ ଲେନ ରେ ଜଣେ ବ୍ୟକ୍ତି ଅନ୍ୟ ଜଣକ ଗାଇକୁ ନିଜ ଗାଇ ବୋଲି ୧୫ ହଜାର ଟଙ୍କାରୁ ମୁଲଚାଲ କରି ୧୦ ହଜାର ଟଙ୍କାରେ ବିକ୍ରି କରିଥିଲେ ।କିଣିଥିବା ବ୍ୟକ୍ତି ଗାଇକୁ ନେଇ ଯିବା ସମୟରେ ଅଞ୍ଚଳବାସୀଙ୍କ ହାବୁଡରେ ପଡିଯାଇଥିଲେ। ଫଳରେ ଗାଇଟିକୁ ଚୋରାଇ ନେଉଥିବା ସନ୍ଦେହ କରି ଅଞ୍ଚଳବାସୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ବିଜିପୁର ଅଞ୍ଚଳର ଭି.ଭେଙ୍କେଟେଶ୍ବର ରାଓ ଓ କାଳିଆ ଦାସ ଦୁଇ ଜଣକୁ ଘଟଣା ସ୍ଥଳରେ ଗିରଫ କରି କୋଟ ଚାଲାଣ କରିଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।

Advertisement