Saturday, November 21, 2026
ADVERTISEMENT
Home ଆଞ୍ଚଳିକ ମସିହାଖାଲି ପଞ୍ଚାୟତର ମୁଖ୍ୟରାସ୍ତା ଉପରେ ପାଣି ପ୍ରବାହିତ

ମସିହାଖାଲି ପଞ୍ଚାୟତର ମୁଖ୍ୟରାସ୍ତା ଉପରେ ପାଣି ପ୍ରବାହିତ

257
ADVERTISEMENT

କୁକୁଡାଖଣ୍ଡି,୨୬/୯(ଇ .ରଞ୍ଜନ ): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମସିହାଖାଲି ପଞ୍ଚାୟତର ପ୍ରତାପ କୃଷ୍ନ ଚନ୍ଦ୍ରପୁର ଗ୍ରାମରେ ଥିବା ଲଗାଣ ବର୍ଷା ହେବାଫଳରେ ବଡବନ୍ଧରେ ପାଣି ଭର୍ତ୍ତିହୋଇ ୪ଟି ପଞ୍ଚାୟତକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାରେଏକ ଫୁଟ ଉପରେ ପାଣି ପ୍ରବାହିତ ହେଉଥିଲା । ଫଳରେ ରାସ୍ତାର ଗୋଟିଏ ପାର୍ଶ୍ଵ ଧୋଇହୋଇ ରାସ୍ତାଟି ବର୍ତ୍ତମାନ ବିପଦ ସଂକୁଳ ହୋଇଥିବା ବେଳେ ଜନସାଧାରଣ ମାନେ ଉକ୍ତ ରାସ୍ତା ଦେଇ ଯିବାକୁ ଅସୁରକ୍ଷିତ ମନେକରୁଛନ୍ତି ।

ରାସ୍ତାଟି ଗ୍ରାମ୍ୟଉନ୍ନୟନ ବିଭାଗ ଅଧିନରେ ରହିଛି କିନ୍ତୁ ରାସ୍ତାଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତାଟି ମରାମତି କରୁନାହାନ୍ତି। ରାସ୍ତାଟି ପଞ୍ଚାୟତର ମୁଖ୍ୟ ରାସ୍ତା ପାଲଟିଛି ଉକ୍ତ ରାସ୍ତା ଉପରେ ବୋରିଗାଁ ,ଗୁରିଣ୍ଠି, ଲୋଚାପଡା, ହୁଗୁଳାପଟା ପଞ୍ଚାୟତକୁ ଯୋଗାଯୋଗର ମାଧ୍ୟମ ପାଲଟିଛି। ବିଭାଗୀୟ କର୍ତ୍ତୃପକ୍ଷ ଖୁବଶୀଘ୍ର ରାସ୍ତାଟିକୁ ମରାମତି ନକଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ଚେତାବନି ଦେଇଛନ୍ତି ମସିହାଖାଲି ସମିତିସଭ୍ୟ ନରସିଂହ ସାହୁ।

Advertisement