Friday, November 20, 2026
ADVERTISEMENT
Home ଆଞ୍ଚଳିକ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

243
ADVERTISEMENT

ବ୍ରହ୍ମପୁର,୨୬ା୯( କିରଣ କୁମାର ମିଶ୍ର): କୁକୁଡ଼lଖଣ୍ଡି ବ୍ଲକ ବାଲିପଡା ପଂଚାୟତର ଟିକରପଡା ଗ୍ରାମ ଠାରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ପଂଚାୟତର ପତ୍ୟେକ ୱାର୍ଡ ରୁ ଚାରି ଜଣ ଲେଖାଏଁ ଆକ୍ଟିଭ ମେମ୍ବର ରହିବେ ଓ ପ୍ରତ୍ୟେକ ଆକ୍ଟିଭ ମେମ୍ବର ପଚିସି ଜଣ ଲେଖାଏଁ ପ୍ରାଥମିକ ସଦସ୍ୟ ସଂଗ୍ରହ କରିବା ସହିତ ଦଳକୁ କିପରି ମଜବୁତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରାଯାଇପାରିବ , ସେହି ବିଷୟରେ ଅତିଥି ମlନେ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ବିଜେଡ଼ି ବ୍ଲକ ସଭାପତି ସନ୍ତୋଷ ଚୌଧୁରୀ, ବ୍ଲକ ଚେୟାରମ୍ୟାନ କାମାକ୍ଷ ପ୍ରସାଦ ପାତ୍ର , ଦିଗପହଣ୍ଡି ବିଭାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସି.ଏଚ ସୀମାଦ୍ରୀ, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର, ପାଇକରି ଭଣ୍ଡାର ସଭାପତି ସୁଧୀର ରାଉତ , ସଂଖ୍ୟାଲଘୁ ଜିଲ୍ଲା ସଭାପତି ଶେଖ ସବୀର ଏବଂ ଏଲ ପୁରୁଷୋତ୍ତମ ପାତ୍ର ମଞ୍ଚାସିନ ଥିଲେ।

Advertisement