Friday, November 20, 2026
ADVERTISEMENT
Home ଆଞ୍ଚଳିକ ଖଲ୍ଲିକୋଟ କଲେଜ ଠାରେ(ଆର୍‌.ଟି.ଓ)ର ଏକ ତିନିଦିନିଆ କ୍ୟାମ୍ପ

ଖଲ୍ଲିକୋଟ କଲେଜ ଠାରେ(ଆର୍‌.ଟି.ଓ)ର ଏକ ତିନିଦିନିଆ କ୍ୟାମ୍ପ

254
ADVERTISEMENT

ବ୍ରହ୍ମପୁର ,(ଏଜେନ୍ସି )- ସୋମବାରଦିନ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ର ଏକ ତିନିଦିନିଆ କ୍ୟାମ୍ପ ଅଫିସ୍‌ ଖୋଲାଯାଇଛି । ଏହି କ୍ୟାମ୍ପ ଅଫିସ୍‌କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦ୍‌ଘାଟନ କରିଥିବା ବେଳେ ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବିଶ୍ୱାଳ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଉତ୍ତମା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନ କେବଳ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଲର୍ନିଂ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏଥିସହ ଛାତ୍ରୀଛାତ୍ରମାନେ ସେମାନଙ୍କ ଦୁଇଚକିଆ ଯାନର ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ୍‌ ମଧ୍ୟ ସଂଗ୍ରହ କରିଥିଲେ। ଏଥିପାଇଁ ୩ଟି ମେଶିନ୍‌ ରଖାଯାଇଛି। ଅଫିସ୍‌ରେ ଯାନବାହନର ବୀମା ପଞ୍ଜୀକରଣ ଏବଂ ନବୀକରଣ ବ୍ୟବସ୍ଥା ମଧ୍ୟ ରହିଛି । ସେହିପରି କେତେକ ଦୁଇ ଚକିଆ ଯାନ ପ୍ରସ୍ତୁତକାରୀ କମ୍ପାନୀ ତରଫରୁ ହେଲମେଟ୍‌ ମଧ୍ୟ ବିକ୍ରି କରାଯାଇଥିଲା । ଛତ୍ରପୁରରେ ଆର୍‌ଟିଓ କାର୍ଯ୍ୟାଳୟ ରହୁଥିବା ଯୋଗୁ ଛାତ୍ରୀଛାତ୍ରମାନେ ଡିଏଲ୍‌, ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ୍‌ ସଂଗ୍ରହ କରିବାରେ ଅସୁବିଧାର ସାମ୍ନା ହେଉଥିଲେ। ଏବେ ଏସବୁ ସୁବିଧା କଲେଜ କ୍ୟାମ୍ପସ୍‌ରେ ମିଳୁଥିବାରୁ ଖୁସି ପ୍ରକାଶ କରିଛନ୍ତି।

Advertisement