କୁକୁଡାଖଣ୍ଡି, ୨୩/୯(ଇ.ରଞ୍ଜନ) : ଅନିୟମିତତାର ଚରମ ସିମାରେ ସିଡିପିଓ କାର୍ଯ୍ୟଳୟ ,ଖୋଦ କାର୍ଯ୍ୟଳୟ ମୁଖ୍ୟ ଚଳାଇଛନ୍ତି ଅନିୟମିତତା କାର୍ଯ୍ୟ ଏଭଳିକିଛି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ପହଞିବା ପରେ ସୋମବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ କୁକୁଡାଖଣ୍ଡି ଆଇସିଡିଏସ କାର୍ଯ୍ୟଳୟକୁ ଗସ୍ତରେ ଆସି ସିଡିପିଓ କାର୍ଯ୍ୟଳୟ ଓ ଜଗଦଳପୁର ସ୍ଥିତ ଛତୁଆ ପ୍ରସ୍ତୁତ କେନ୍ଦ୍ର ବୁଲି ଦେଖିଥିଲେ। ପୂର୍ବରୁ ଜଗଦଳପୁରର ସଂଗ୍ରାମ ଏସଏଜି ଗ୍ରୃପ ଛତୁଆ ପ୍ରଦାନ ଦାୟିତ୍ବରେ ଥିବା ବେଳେ ନିମ୍ନ ମାନର ଛତୁ ପ୍ରଦାନ କରାଯାଉଥିବା ବେଳେ ଉକ୍ତ ଛତୁଆକୁ ଲୋକେ ଗାଇକୁ ଖାଇବାକୁ ଦେଉଛନ୍ତି ଏବଂ ସିଡିପିଓ କାର୍ଯ୍ୟଳୟକୁ ଆସୁନାହାନ୍ତିକି ପିଲ୍ଡ ଭିଜିଟ ନକରି ସବୁବେଳେ ଫିଲ୍ଡ ଭିଜିଟରେ ଥିବା ଦଶାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପାଇଁ ଜିଲ୍ଲାପାଳ କୁକୁଡ଼ାଖଣ୍ଡି ଗ୍ରସ୍ତରେ ଆସିଥିଲେ। ଜିଲ୍ଲାପାଳ ଗସ୍ତ ପୂର୍ବରୁ କିଛି କର୍ମଚାରୀ ରବିବାର ଆସି କାଯ୍ୟାଳୟକୁ ସୁନ୍ଦର କରିଥିଲେ । ସିଡିପିଓ କାଯ୍ୟାଳୟରେ ଖାତାପତ୍ର ଯାଞ୍ଚ କରିବାପରେ ଜଗଦଳପୁର ଗସ୍ତ କରିଥିଲେ । ସିଡିପିଓ କାର୍ଯ୍ୟଳୟରୁ ଉକ୍ତ ସଂସ୍ଥାକୁ ଜିଲ୍ଲାପାଳ ଯାଉଥିବା ଖବର ପହଞ୍ଚିବା ପରେ ୪ଜଣ ମହିଳା ମୁହଁରେ ମାସ୍କ ପିନ୍ଧି କାର୍ଯ୍ୟକରୁଥିବା ପରି ରହିଥିଲେ କିନ୍ତୁ ଉକ୍ତ ପ୍ରସ୍ତୁତ ୟୁନିଟରେ ଲାଇଟ ନାହିଁ କି ପ୍ରସ୍ତୁତ ହେଉନଥିଲା ଜିଲ୍ଲାପାଳଙ୍କ ଗସ୍ତରେ ତରବରିଆ ଭାବେ ପ୍ରସ୍ତୁତି ସାମଗ୍ରୀ ଖାଲି ରଖାଯାଇଥିଲା। ମିଶ୍ରଣ ମଧ୍ୟ ମାପ ଅନୁସାରେ ହେଉନଥିବା ଜିଲ୍ଲାପାଳ ରାଗିଯାଇଥିଲେ। ଆଲୁଅ ବ୍ୟବସ୍ଥା ନଥିବାରୁ ନିଜ ମୋବାଇଲରେ ଲାଇଟ ପକାଇ ଛତୁଆ ୟୁନିଟ ବୁଲିଦେଖିଥିଲେ ଜିଲ୍ଲାପାଳ । ସଠିକ ନଥିବାରୁ ଗାଇଡଲାଇନ ଅନୁଯାଇ ସାମଗ୍ରୀ ମିଶ୍ରଣ କରିବାକୁ ପରାମର୍ଶ ଦେବାସହ ଅନିୟମିତତାର କାରଣ ଦର୍ଶାଇବାକୁ ଗୋଷ୍ଟୀଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବିଡିଓ ଗଦାଧରପାତ୍ର ଉପସ୍ଥିତ ଥିଲେ। କୁକୁଡାଖଣ୍ଡି ବ୍ଲକରେ ଅଙ୍ଗବାଡି କେନ୍ଦ୍ରକୁ ଆସୁଥିବା କୋମଳମତି ଶିଶୁଙ୍କୁ ପୃଷ୍ଟିକର ପାଇଁ ଛତୁଆପ୍ରଦାନ କରିବାକୁ ସଂଗ୍ରାମ ଏସଏଜି ଓ ମା ଅମ୍ବିକା ଏସଏଜି ଦାୟିତ୍ବ ନେଇଛନ୍ତି। କିନ୍ତୁ ନିମ୍ନ ମାନର ଛତୁଆ ପ୍ରସ୍ତୁତ କରି ସିଡିପିଓ କାର୍ଯ୍ୟଳୟ ଠାରୁ ସିଏସଡବ୍ଲୁ କାର୍ଯ୍ୟଳୟ ପଯ୍ୟନ୍ତ କମଚାରୀଙ୍କୁ ହାତବାରିସି କରି ନିମ୍ନ ମାନର ଛତୁଆ ଯୋଗାଣ କରୁଥିବା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

















