Friday, November 20, 2026
ADVERTISEMENT
Home ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପିଲାଙ୍କୁ ପାଠ ପଢାଇଲେ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟ

ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପିଲାଙ୍କୁ ପାଠ ପଢାଇଲେ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟ

235
ADVERTISEMENT

ପାଲୁର,୨୧/୯(ଏଜେନସି) : ଗତକାଲି ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲୁର ଛକସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଗସ୍ତ କରି ପରିଦର୍ଶନ କରିଛନ୍ତି । ଏହାସହ ସେଠାରେ ଥିବା ହଷ୍ଟେଲ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝି ନବମ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଇଥିଲେ । ଏହାପରେ ବିଭିନ୍ନ ବିଷୟ ଉପରେ ପିଲାମାନଙ୍କୁ ପଚାରି ବୁଝିଥିଲେ । ୧୦ ଶ୍ରେଣୀର ପ୍ରିଟେଷ୍ଟ ପରୀକ୍ଷା ଚାଲିଥିବା ଯୋଗୁଁ ସେହି ଶ୍ରେଣୀ ପରିଦର୍ଶନ କରି ନଥିଲେ । ପରେ ପିଲାଙ୍କୁ କିଭଳି ପାଠ ପଢା ହେଉଛି ତାହା ମଧ୍ୟ ପଚାରି ବୁଝିଥିଲେ । ଉପଜିଲ୍ଲାପାଳଙ୍କ ପରିଦର୍ଶନ ବେଳେ ସହକାରୀ ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ, ବ୍ଲକ ଡ଼ବ୍ଲ୍ୟୁଇଓ ପ୍ରକାଶ ନାୟକ, ପ୍ରଧାନଶିକ୍ଷକ ବୀରବର ନାୟକ ସମେତ ଅନ୍ୟମାନେ ଅଂଶ ଗ୍ରହଣ କରିଥିଲେ ।

Advertisement