Friday, November 20, 2026
ADVERTISEMENT
Home ଆଞ୍ଚଳିକ ପୁଅ ବହୁର ନିର୍ଯାତନା ସହିନପାରି ବୃଦ୍ଧା ଏସପିଙ୍କ ଦ୍ୱାରସ୍ଥ

ପୁଅ ବହୁର ନିର୍ଯାତନା ସହିନପାରି ବୃଦ୍ଧା ଏସପିଙ୍କ ଦ୍ୱାରସ୍ଥ

345
ADVERTISEMENT
   ପାରଳାଖେମୁଣ୍ଡି,୨୦/୯(ପ୍ରଭାତ କୁମାର ପାତ୍ର ) : ଏସ୍ ପି ସାରା ଶର୍ମାଙ୍କ ପାଖରେ ଏହି ବୃଦ୍ଧା ମହିଳା ଜଣେ ଉଚ୍ଚଶିକ୍ଷିତା ସେ ପାରଳାଖେମୁଣ୍ଡି ଥାନାର ଗୋପିନୀ ସାହି ବାସିନ୍ଦା ତାଙ୍କ ନାମ ଜାନକୀ ଅଧିକାରୀ । ପୁଅ ବହୁର ନିର୍ଯାତନାରେ ଅତିଷ୍ଠ  ହୋଇ ଗଜପତି ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ପୂର୍ବରୁ ଅଭିଯୋଗ କରିବାକୁ ଚାହୁଁଥିଲେ ବି ଘରୁ କେହି ସାହାଯ୍ୟ ନଥିବାରୁ ଏସ୍ ପି ଅଫିସ୍ କୁ ଆସିପାରୁନଥିଲେ ବୋଲି ଗଜପତି ଏସପିଙ୍କୁ ଜଣାଇବାରୁ ସି-ଟିମ ତାଙ୍କୁ  ଘରୁ ଏସ୍ପି ଙ୍କ ନିକଟକୁ ଅଣାଯାଇ ଥିଲା। ଆଜି ଏସ୍ପିଙ୍କ ସହ ବସି ସାମ୍ବାଦିକ ମାନଙ୍କ ସମ୍ମୁଖରେ ତାଙ୍କ ଦୁଃଖ ଜଣାଇବା ସହ ନିଜ ଘର ବୃଦ୍ଧାଶ୍ରମ କରିବାକୁ ସରକାରଙ୍କୁ ଦେବାକୁ ଚାହୁଁଛନ୍ତି କ୍ଷେପର ସହ କହିଛନ୍ତି। ତାଙ୍କ ସ୍ଵାମୀ ରାମଚନ୍ଦ୍ର ଅଧିକାରୀ ୧୯୯୫ ମସିହାରେ ପରଲୋକ ହେବାପରେ ପୁଅକୁ ୨୦୦୨ ମସିହାରେ ବାହାଘର ହୋଇଥିଲା। ବାହାହେବା ପରେ ତାଙ୍କ ଠାରୁ  ନିର୍ଯାତନା ହେବାରେ ଲାଗିଲେ ବୋଲି ଦୁଃଖର ସହ ବୃଦ୍ଧା ଜାନକୀ ଜଣାଇଛନ୍ତି। ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଉଦ୍ୟମ କରାଯାଇଥିବା  ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ଦୀର୍ଘ ୧୭ ବର୍ଷ ହେଲା ପୁଅ ଠାରୁ କୈଣସି ସାହାଯ୍ୟ ନପାଇବାରୁ ସ୍ୱଅର୍ଜିତ ଧନରେ ଜୀବିକା ନିର୍ବାହ କରି ଆସୁଛନ୍ତି। ଏପରିକି  ଘର, ପାଇପ, ଜମିର ଶୁଳ୍କ ସେ ନିଜେ ଦିଅନ୍ତି। କିନ୍ତୁ ଘରେ ପୁଅ ରହୁଥିଲେ ମଧ୍ୟ ଏଥିପ୍ରତି ଜମାରୁ ଦୃଷ୍ଟି କରେନି। ତେଣୁ ପୁଅକୁ କୈାଣସି ସମ୍ଭଦି ଦେବାକୁ ଚାହୁଁନଥିବା ପାରଳାଖେମୁଣ୍ଡି ଥାନାରେ କହିଛନ୍ତି। ତେଣୁ ତାଙ୍କ ଶେଷ ଇଛା ମୁତାବକ ଅସହାୟ ବୃଦ୍ଧାବୃଦ୍ଧିଙ୍କ ପାଇଁ ତାଙ୍କ ଘର ସରକାର ନେଇ ବୃଦ୍ଧାଶ୍ରମ ଟିଏ ପ୍ରତିଷ୍ଠା କରନ୍ତୁ ବୋଲି ଅନୁରୋଧ କରିଛନ୍ତି। ଏହି ଆଶା ପୁରଣ କରିବା ପାଇଁ ସାହାୟତାର ହାତ ଗଜପତି ଏସ୍ ପି ସାରା ଶର୍ମା ବଢାଇଛନ୍ତି। ସେ ନିଜ ଦାୟିତ୍ଵ ବହନ କରି ବୃଦ୍ଧା ଜଣଙ୍କୁ ସୁରକ୍ଷିତ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚାଇଛନ୍ତି। ସାରା ଶର୍ମା ନିର୍ଦ୍ଧେଶ  କ୍ରମେ ସି-ଟିମ ବୃଦ୍ଧାଙ୍କ ଜିଲ୍ଲା  ସମାଜିକ ସୁରକ୍ଷା ବିଭାଗୀୟ ଅଧିକାରୀ ନିକଟରେ ପହଞ୍ଚିଥିଲେ। ସେଠାରେ ଜାନକୀ ନିଜ ଘରକୁ ବୃଦ୍ଧାଶ୍ରମକୁ ଦେବାକୁ ଚାହୁଁଥିବା କହିଛନ୍ତି । ସେପଟେ ଗଜପତି ଏସ୍ ପି ସାରା ଶର୍ମା ଆବଶ୍ୟକ ପଡିଲେ ପୁଅ-ବହୁ ନାମରେ ମାମଲା ରୁଜୁ ହେବ ବୋଲି କହିଛନ୍ତି ।
Advertisement