ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ କିର୍ଗିସ୍ତାନରେ ପହଞ୍ଚିଲେ ମୋଦି

239
ADVERTISEMENT

ନୂଆଦିଲ୍ଲୀ, ୧୩/୬ (ଡ଼ି.ଏଚ.ବି): ସାଂଘାଇ ସହଯୋଗ ସଂଗଠନ ଓ ଏସସିଓ ସମ୍ମିଳନୀରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ କିର୍ଗିସ୍ତାନ ଗସ୍ତ କରି ସେଠାରେ ପହଞ୍ଚିଛନ୍ତି । ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଥମ ଥର ଯୋଗ ଦେଉଛନ୍ତି । ସେହିଭଳି ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗଦେଉଛନ୍ତି ।

ମୋଦୀଙ୍କ ବିମାନ ପାକିସ୍ତାନ ଆକାଶ ମଧ୍ୟଦେଇ କିର୍ଗିସ୍ତାନ ଯାଇ ନାହିଁ । ସେ ମୁମ୍ବାଇରୁ ଓମାନ ରାସ୍ତାଦେଇ ରାଜଧାନୀ ବିଶକେକ ଯାଇଛନ୍ତି । ମୋଦୀ ପାଖାପାଖି ୨ଟା ବେଳକୁ କିର୍ଗିସ୍ତାନରେ ପହଞ୍ଚିଛନ୍ତି । ସେହିପରି ଚୀନ ରାଷ୍ଟ୍ରପତି ସମ୍ମିଳନୀରେ ଯୋଗଦେବାକୁ ଗତକାଲି ସେଠାରେ ପହଞ୍ଚିଛନ୍ତି । ସମ୍ମିଳନୀରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।ଏହି ୧୯ତମ ଏସସିଓର ସମ୍ମିଳନୀ ଚଳିତ ଜୁନ ୧୪ରେ ଶେଷ ହେବ ।

Advertisement