ଆସିଲା ଫିଲ୍ମ ‘ସାହୋ’ର ଟିଜର: ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌

183
ADVERTISEMENT

ମୁମ୍ବାଇ, ୧୩/୬ (ଡ଼ି.ଏଚ.ବି): ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାହୋ’ର ଟିଜର ଆଜି ରିଲିଜ୍‌ ହୋଇଛି। ଟିଜରରେ ରୋମାନ୍ସ ସହ ଭରପୂର ଆକ୍ସନ ଦେଖିବାକୁ ମିଳୁଛି। ତେଲୁଗୁ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର ଏଥିରେ ଅଭିନୟ କରିଛନ୍ତି। ତେବେ, ଟିଜରକୁ ଦେଖିବା ପରେ ଦର୍ଶକଙ୍କ ମନରେ କ୍ରେଜ୍‌ ବୃଦ୍ଧି ପାଇଛି।

୧ ମିନିଟ୍‌ ୩୯ସେକେଣ୍ଡର ଏହି ଭିଡିଓକୁ ତିନୋଟି ଭାଷାରେ ରିଲିଜ୍‌ କରାଯାଇଛି। ଏଥିରେ ଅନ୍ୟାନ୍ୟ ଭୂମିକାରେ ମନ୍ଦିରା ବେଦୀ, ନିଲ ନୀତିନ ମୁକେଶ, ଜ୍ୟାକି ଶ୍ରଫ୍‌ ଓ ଚଙ୍କି ପାଣ୍ଡେ ପ୍ରମୁଖ ରହିଥିବା ଦେଖାଯାଇଛି। ନିର୍ମାତା ଏହାକୁ ଭାରତର ସବୁଠାରୁ ବଡ଼ ଆକ୍ସନ ମୁଭି ବୋଲି ଅଭିହିତ କରୁଛନ୍ତି।

Advertisement