Friday, November 20, 2026
ADVERTISEMENT
Home ଆଞ୍ଚଳିକ କୋଦଳା ସବ୍ ଜେଲରେ କଏଦୀଙ୍କ ମୃତ

କୋଦଳା ସବ୍ ଜେଲରେ କଏଦୀଙ୍କ ମୃତ

247
ADVERTISEMENT

କୋଦଳା,୧୮/୯(ଏଜେନସି) : ଗଞ୍ଜାମ ଜିଲ୍ଲା କୋଦଳା ସବ୍ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ତିରିଡା ଗ୍ରାମର ପଙ୍କଜ ଦାସ(୪୨)। ଏକ ଚୋରୀ କେଶ ଅଭିଯୋଗରେ ଗତ ୪/୯/୧୯ ତାରିଖରେ ଜେଲକୁ ଆସିଥିଲେ। ଜେଲରଙ୍କ କହିବା ମୁତାବକ କାଲି ସଂକ୍ରାନ୍ତି ଥିବାରୁ ସେ ପୂଜାପୂଜି ସାରି ଶୋଇ ପଡ଼ିଥିଲେ କିନ୍ତୁ ସକାଳୁ ଲକପ ଗେଟ ଖୋଲିଲା ବେଳକୁ ତାର ମୃତ୍ୟୁ ହୋଇଯାଇଛି।
ପ୍ରଥମେ ତାକୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ସେଠାରୁ ଶବ ଵ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ପ୍ରଶ୍ନ ଉଠୁଛି ଯେ ସେ ଜେଲକୁ ଆସିବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ଜେଲ ମଧ୍ୟରେ କେବେ ବି ସ୍ବାସ୍ଥ୍ୟ ଖରାପ ହୋଇନାହିଁ ହଟାତ୍ ପଙ୍କଜ କିଭଳି ମୃତ୍ୟୁ ବରଣ କଲା ତାହା ସନ୍ଦେହ ଘେରରେ !

Advertisement