Friday, November 20, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ସହରରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ସହରରେ ଅଗ୍ନିକାଣ୍ଡ

286
ADVERTISEMENT

ବ୍ରହ୍ମପୁର ,୧୮।୯(ଏଜେନ୍ସି ): ବ୍ରହ୍ମପୁର ସହରର ୨ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଆଶୁତୋଷ ହସ୍ପିଟାଲ ନିକଟରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟଦେଇ ଯାଇଥିବା ଓରଟେଲ୍‌ ତାରରେ ଅଗ୍ନିକାଣ୍ଡ ଘଟି ତାର ଜଳିଯିବା ସହ ସେଟ୍‌ଅପ୍‌ ବକ୍ସ ଜଳିଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେହିପରି ରାତି ପ୍ରାୟ ସାଢ଼େ ୧୧ଟାରେ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ କେ.କେ. କମଲେକ୍ସ ସାମ୍ନାରେ ଥିବା ଏକ ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ ବିଭାଗ ଆୟତ୍ତ କରିଥିଲା। କିନ୍ତୁ ଦୋକାନ ଭିତରେ ଥିବା ଅଟା, ବିରି, ବେସନ, ମଇଦା, ଗ୍ରାଇଣ୍ଡର ମେଶିନ ସମେତ ଅନ୍ୟାନ୍ୟ ଆସବାବପତ୍ର ଅଗ୍ନିକାଣ୍ଡରେ ପୋଡିଯାଇଛି। ତେବେ ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଷ୍ଟେଶନ ଅଫିସର ଉଗ୍ରସେନ ସାଇ ସୂଚନା ଦେଇଛନ୍ତି ।

Advertisement