ଛତ୍ରପୁର ମହାବିଦ୍ୟାଳୟର ପକ୍ଷରୁ ଘେରାଉ : କ୍ଲଷ୍ଟର ବିଶ୍ବବିଦ୍ୟାଳୟର ମନମାନି

242
ADVERTISEMENT

ଛତ୍ରପୁର,୧୩/o୯(ଏଜେନସି) : ଗତକାଲି ଗଞ୍ଜାମ ଜିଲ୍ଲାର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ଲଷ୍ଟର ବିଶ୍ବବିଦ୍ୟାଳୟର ଖାମଖିଆଲି ନିତି ଆଉ ସମସ୍ୟା ପ୍ରତି ଅଣଦେଖା ବିରୋଧରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ସ୍ଥଗିତ କରିବା ପାଇଁ ଆନ୍ଦୋଳନକୁ ଓହ୍ଲାଇ କଲେଜକୁ ବନ୍ଦ କରି ମୁଖ୍ୟ ଫାଟକରେ ତାଲା ପକାଇ ଗେଟ ସାମ୍ନାରେ ଧାରାଣାରେ ବସିଥିଲେ । ପରୀକ୍ଷା ଥିବାରୁ କଲେଜ ଅଧ୍ୟକ୍ଷା ପରୀକ୍ଷା ନିୟନ୍ତ୍ରକ ଫୋନରେ ଅନୁରୋଧ କରିବା ପରେ ଧାରଣରୁ ହଟିଥିଲେ । ଆଜି ପୁଣି ଛତ୍ରପୁର ମହାବିଦ୍ୟାଳୟର ପୂର୍ବତନ ଛାତ୍ରନେତା ଓ ଛାତ୍ର ପ୍ରତିନିଧିମାନଙ୍କ ପକ୍ଷରୁ ଖୋଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟରକୁ ଘେରାଉ କରାଯାଇଥିଲା। ବିଶ୍ବ ବିଦ୍ୟାଳୟର ସାମ୍ନାରେ ଛାତ୍ରଛାତ୍ରୀମାନେ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ବିରୋଧରେ ସ୍ଲୋଗାନ ଦେଇ ପରୀକ୍ଷାଜନୀତ ତ୍ରୁଟିକୁ ନେଇ ନିନ୍ଦା କରିଥିଲେ ଓ ଆମକୁ ପୂର୍ବଭଳି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧିନସ୍ଥ କରାଯାଉ ବୋଲି କହିଥିଲେ। । କ୍ଲଷ୍ଟର ବିଶ୍ବବିଦ୍ୟାଳୟରୁ ଭିନ୍ନ କରାଯାଉ ବୋଲି ମଧ୍ୟ ଦାବି କରି ସ୍ଲୋଗାନ ଦେଇଥିଲେ । ଅଭିଯୋଗନୁଯାୟୀ ୨୦୧୫ ମସିହାରେ ଛତ୍ରପୁର ବିଞ୍ଜାନ ମହାବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଠାରୁ ପୃଥକ କରି କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଘୋଷାଣ ହେବ ଠାରୁ ଛାତ୍ରଛାତ୍ରୀ ମାନେ ନାନା ସମସ୍ୟାରେ ପେଶି ହେଉଛନ୍ତି ବୋଲି ଅଭିଯୋଗ ବାଢିଛନ୍ତି ଏବଂ ବିଭିନ୍ନ ସମସ୍ୟା ବାରମ୍ବାର ଅଭିଯୋଗ କରାଯାଇଛି ତଥାପି ଛତ୍ରପୁର ମହାବିଦ୍ୟାଳୟକୁ କ୍ଲଷ୍ଟର ବିଶ୍ବବିଦ୍ୟାଳୟ କୌଣସି ବି ସମସ୍ୟାକୁ ଗାମ୍ଭୀର୍ଯ୍ୟ ଭାବେ ନିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି। ଏଥିପାଇଁ ଆଜି ଛାତ୍ରଛାତ୍ରୀମାନେ ଆମକୁ ପୂର୍ବଭଳି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧିନରେ ରଖାଯାଉ ବୋଲି ଦାବି କରିଥିଲେ ।

Advertisement