Friday, September 25, 2026
ADVERTISEMENT
Home ଆଞ୍ଚଳିକ ଶତାଧିକ ମହିଳାଙ୍କ ମଦ ବନ୍ଦ ପାଇଁ ଶୋଭାଯାତ୍ରା

ଶତାଧିକ ମହିଳାଙ୍କ ମଦ ବନ୍ଦ ପାଇଁ ଶୋଭାଯାତ୍ରା

378
ADVERTISEMENT

ତୁମୁଡ଼ିବନ୍ଧ,୧୨|୬(ଡି. ଏଚ. ଏନ )– ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ଶତାଧିକ ମହିଳା ମଦ ବନ୍ଦ ନେଇ ଏକ ଶୋଭାଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରା ବାଟଙ୍ଗ ପଦର, ସାନଝିରିପାଣି ଓ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ପ୍ରକାଶ ଯେ, ଝିରିପାଣି ଗ୍ରାମପଞ୍ଚାୟତର ୧୧ଟି ଓ୍ବାର୍ଡର ଶତାଧିକ ମହିଳା ପୂର୍ବାହ୍ନ ୧୧ଟାରେ ଝିରିପାଣି ପିଲୁଟଟାଠାରେ ଏକତ୍ରିତ ହୋଇ ଏକ ବୈଠକ କରିଥିଲେ। ପଞ୍ଚାୟତସ୍ତରୀୟ ସଭାପତି ଭାବେ ପୂର୍ଣ୍ଣମୀ ପାତ୍ର ବୈଠକ ପରିଚାଳନା କରିଥିଲେ। ବୈଠକରେ ପ୍ରତ୍ୟେକ ମହିଳାଙ୍କୁ ମଦ ବନ୍ଦ କରିବା ପାଇଁ ନେତୃତ୍ୱ ନେବା ସହ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏକତ୍ର କରିବା ଲାଗି କୁହାଯାଇଥିଲା। ଏହାପରେ ମହିଳାମାନେ ସେଠାରେ ମଦ ବନ୍ଦ ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିରେ ଝିରିପାଣି ପଞ୍ଚାୟତର ବରିଷ୍ଠ ନାଗରିକ ବିକ୍ରମ କିଶୋର ସିଂ ପାତ୍ର, ଡଗର ପାତ୍ର ନୀଳମଣି ପ୍ରଧାନ, ଉଆଁଶୁ ପାତ୍ର, ଅନ୍ତରଙ୍ଗ ସ୍ବେଚ୍ଛାବେୀ ଅନୁଷ୍ଠାନର ପଞ୍ଚାୟତ ସଭାପତି ରମାକାନ୍ତ ନାୟକ, ଝିରିପାଣି ସରପଞ୍ଚ ଅର୍ଜୁନ ପାତ୍ର ପ୍ରମୁଖ ଯୋଗଦେଇଥିଲେ।

Advertisement