Friday, September 25, 2026
ADVERTISEMENT
Home ଆଞ୍ଚଳିକ ଗୋରୁ, ମଇଁଷିର ହେବ ଟ୍ୟାଗିଂ

ଗୋରୁ, ମଇଁଷିର ହେବ ଟ୍ୟାଗିଂ

449
ADVERTISEMENT

ବ୍ରହ୍ମପୁର ,୧୨/୬(ଗୁମରଫ ବ୍ୟୁରୋ)– ବ୍ରହ୍ମପୁର ସହରରେ ଟ୍ରାଫିକ ଏକ ପ୍ରମୁଖ ସମସ୍ୟା । ଟ୍ରାଫିକ୍‌ ସମସ୍ୟା କେବଳ ଯାନବାହନ ସଂଖ୍ୟା ବୃଦ୍ଧି ଯୋଗୁଁ ନୁହେଁ, ବରଂ ଗୃହପାଳିତ ପ୍ରାଣୀ ଯଥା ଗୋରୁ ଏବଂ ମଇଁଷିଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ସମସ୍ୟା ଉପୁଜିଛି । ମାଲିକମାନେ ଗୃହପାଳିତ ପ୍ରାଣୀଙ୍କୁ ରାସ୍ତାରେ ଛାଡ଼ି ଦେଉଛନ୍ତି। ଏଣେତେଣେ ବୁଲି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ଏହି ଗୁରୁତର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛି ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)। ସହରରେ ଥିବା ସମସ୍ତ ଗୋରୁ ଏବଂ ମଇଁଷିର ଟ୍ୟାଗିଂ କରାଯିବ। ପ୍ରତ୍ୟକଙ୍କ ଏକ ସ୍ବତନ୍ତ୍ର ପରିଚୟ ନମ୍ବର ରହିବ। ରାସ୍ତାରେ ଯଦି ଗୋରୁ କି ମଇଁଷି ବୁଲାବୁଲି କରୁଥିବେ, ତେବେ ବିଏମ୍‌ସି ପକ୍ଷରୁ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବ।

Advertisement