Sunday, September 6, 2026
ADVERTISEMENT
Home ଆଞ୍ଚଳିକ ବିମାନର ଭଗ୍ନାବଶେଷ ଠାବ ପରେ ସୁନୀତଙ୍କ ଗ୍ରାମରେ ଶୋକର ଛାୟା

ବିମାନର ଭଗ୍ନାବଶେଷ ଠାବ ପରେ ସୁନୀତଙ୍କ ଗ୍ରାମରେ ଶୋକର ଛାୟା

295
ADVERTISEMENT

କବିସୂର୍ଯ୍ୟନଗର, ୧୨/୬(ଗୁମରଫ ବ୍ୟୁରୋ)– ନିଖୋଜ ଭାରତୀୟ ବାୟୁସେନା (ଆଇଏଏଫ୍‌) ବିମାନ ଏଏନ୍‌-୩୨ର ଧ୍ୱଂସାବଶେଷ ମଙ୍ଗଳବାର ଠାବ ହେବା ପରେ ବିମାନ ଚାଳକ ଦଳରେ ସାମିଲ ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତିଙ୍କ ପୈତୃକ ଘର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଆମ୍ବପୁଆ ପଞ୍ଚାୟତ ବଳିଆପଲ୍ଲୀ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ସୁନୀତଙ୍କ ସମ୍ପର୍କୀୟ ଗୋସାଇଁ ବାପା ଅରକ୍ଷିତ ବିଶ୍ୱାଳ କୁହନ୍ତି, ଭଗବାନଙ୍କ ଉପରେ ଦୃଢ ବିଶ୍ୱାସ ଅଛି। ଆମ ପିଲା ନିଶ୍ଚିତ ଫେରି ଆସିବ। ଗ୍ରାମର ଚକ୍ରଧର ସ୍ବାଇଁ କୁହନ୍ତି, ଭଗବାନ ଆମ ପିଲାକୁ ଆମ ପାଖକୁ ଫେରାଇବେ ବୋଲି ଦୃଢ଼ ବିଶ୍ୱାସ ରହିଛି। ଗ୍ରାମ ଦେବତୀଙ୍କ ଠାରେ ପୂଜାର୍ଚ୍ଚନା କରି ସୁନୀତଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି।

Advertisement