୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ଟ୍ରକ-କାର-ବୋଲେରୋ ଜବତ

403
ADVERTISEMENT

ଭଞ୍ଜନଗର,୧୨/o୯(ଏଜେନସି ) : ଗଞ୍ଜାମ ଜିଲ୍ଲାରେ ଶୁକ୍ରବାର ଏକ ବଡ଼ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପୁଲିସ ବିଫଳ କରିଛି। ସୂଚନା ଅନୁସାରେ ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ବଡ଼ଗଡ଼ ଥାନା ଅଞ୍ଚଳରେ ପୁଲିସ ୩୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୮୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଟି ଟ୍ରକ, ଗୋଟିଏ ବୋଲେରୋ ଓ ଗୋଟିଏ କାର୍‌ ଜବତ କରିଛି। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଏହି ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ବ୍ୟାପକ ପରିମାଣର ଗଞ୍ଜେଇକୁ କେମିତି ଏକତ୍ର କରିଥିଲେ ଏବଂ ଏହାକୁ କିଭଳି ଭାବେ ବାହାରକୁ ଚାଲାଣ କରିଥାନ୍ତେ, ସେ ନେଇ ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ ଗଞ୍ଜେଇ ମାଫିଆମାନେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା- କନ୍ଧମାଳ, ଗଂଜାମ, ଗଜପତି, ମାଲକାନଗିରିରୁ ଗଞ୍ଜେଇ ସଂଗ୍ରହ କରି ବାହାର ରାଜ୍ୟକୁ ଚାଲାଣ କରିଥାନ୍ତି। ଅନେକ କ୍ଷେତ୍ରରେ ଗଞ୍ଜେଇକୁ ବ୍ରହ୍ମପୁରରୁ ଟ୍ରେନ ଯୋଗେ କେରଳ, ଗୁଜୁରାଟ, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ରକୁ ଚାଲାଣ କରାଯାଉଛି। ପୂର୍ବର ଅନେକ ଥର ଚାଲାଣ ସମୟରେ ବ୍ରହ୍ମପୁର ରେଳଷ୍ଟେସନରୁ ଗଞ୍ଜେଇ ଜବତ ହୋଇଛି ।

Advertisement