ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର

335
ADVERTISEMENT

ପାରଳାଖେମୁଣ୍ଡି ,୧o/o୯(ଏଜେନସି) : ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ପାହାଡିଆ ଅଞ୍ଚଳରେ ଥିବା ଆଦିବାସୀ ବହୁଳ କେରାଣ୍ଡି ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ “ରିଏଲସ” ସ୍ୱେଛାସେବା ଅନୁଷ୍ଠାନ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଡାକ୍ତର ଗୁପ୍ତା ବାବୁ ଯୋଗଦେଇ ବିଭିନ୍ନ ରୋଗର ପରୀକ୍ଷା ଓ ଚିକିତ୍ସା କରିଥିଲେ।
ମୁଖ୍ୟତଃ ଆଦିବାସୀ ବହୁଳ ପାହାଡିଆ ଅଞ୍ଚଳରେ ବସବାସ କରି ଆସୁଥିବା ଲୋକ ମାନଙ୍କୁ ଜଳିୟବାୟୁ ପରିବର୍ତ୍ତନ ସମୟରେ ବିଭିନ୍ନ ରୋଗ ସବୁ ହୋଇଥାଏ । ଏହି ଶିବିରରେ ୧୩୧ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇ ମାଗଣାରେ ଔଷଧ ସବୁ ଦିଆଯାଇଥିଲା। ଅନ୍ୟ ପକ୍ଷରେ ଏହି ରୋଗ କିଭଳି ଓ କେଉଁଥି ଯୋଗୁଁ ହୋଇଥାଏ ଏହାର ପ୍ରତିଷେଧକ ବ୍ୟବସ୍ଥା ପାଇଁ ତଦନ୍ତ ଡାକ୍ତରଙ୍କ ପରାମର୍ଶ ନେବା । ନିଜେ ସଫା ରହିବା ସହ ପରିବେଶ ସଫା ସୁତୁରା ରଖିବା ,ପାଇଖିନା ବ୍ୟବହାର କରିବା ପ୍ରଭୃତି ଉପରେ ଗ୍ରାମ ବାସୀ ମାନଙ୍କୁ ସଚେତନତା କରାଇଥିଲେ। ଏହି ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମକୁ “ରିଏଲସ” ଅନୁଷ୍ଠାନର କର୍ମୀ ଏସ. ଶୁଶିଳା ଓ କ୍ଷେତ୍ର -ସଂଯୋଜକ ମହେଶ୍ୱର ନାୟକ ପ୍ରମୁଖ୍ୟ ପରିଚାଳନା କରିଥିଲେ ।

Advertisement