ଦୁଇଜଣ ବରିଷ୍ଟ ସାମ୍ବାଦିକଙ୍କ ଅକାଳ ବିୟୋଗରେ ଡିଜିଟାଲ ମିଡ଼ିଆ ଆସୋସିଏସନ୍ ଓଡ଼ିଶାର ଶୋକ ପ୍ରକାଶ

286
ADVERTISEMENT

ବ୍ରହ୍ମପୁର,o୯/o୯(ଇ.ରଞ୍ଜନ) : ଡିଜିଟାଲ ମିଡ଼ିଆ ଆସୋସିଏସନ ଓଡ଼ିଶା ପକ୍ଷ୍ୟରୁ ଆଜି ଆସୋସିଏସନ କାର୍ଯ୍ୟାଳୟଠାରେ ଓଡ଼ିଶାର ବିଶିଷ୍ଟ ବରିଷ୍ଟ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଅକାଳ ବିୟୋଗରେ ଏକ ଶୋକ ପ୍ରସ୍ତାବ ଆଗତ ହେବା ସହ ବୈଠକରେ ପରଲୋକୟାତ ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଦିଲ୍ଲୀପ ବାବୁ ଜଣେ ସାଲିସ ବିହୀନ ଉଚ୍ଚ କୋଟିର ସାମ୍ବାଦିକ ଥିଲେ । ଓଡ଼ିଶାର ସାମ୍ବାଦିକ ଜଗତର ସେ ଜଣେ ଅଜାତ ଶତ୍ରୁଭାବେ ପରିଚିତ ଥିଲେ । କଟକ ରେଭେନ୍ସା ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ସମାପ୍ତି ପରେ ସେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କେତେକ ଓଡ଼ିଆ ସମ୍ବାଦପତ୍ରରେ ତାଙ୍କର ସାମ୍ବାଦିକତା ଆରମ୍ଭ କରି ପରିଶେଷରେ ‘ବିଜନେସ ଷ୍ଟାଣ୍ଡାର୍ଡ’ ର ଆବାସିକ ସମ୍ପାଦକ ଭାବେ ଭୁବନେଶ୍ୱରେ ଅବସ୍ଥାପିତ ଥିଲେ । ଅର୍ଥନୈତିକ ବିସ୍ଲେଷଣର ଶୀର୍ଷରେ ଓଡିଶା ସମେତ ସମଗ୍ର ଭାରତ ବର୍ଷରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଦୀର୍ଘ ଦିନ ହେବ ସେ କର୍କଟ ରୋଗରେ ପୀଡିତ ଥିଲେ ମଧ୍ୟ କର୍ମ କ୍ଷେତ୍ରରେ ସକ୍ରିୟ ଥିଲେ କିନ୍ତୁ ହଠାତ ଗତ କାଲି ମଧ୍ୟ ରାତ୍ରିରେ ଯନ୍ତ୍ରଣା ବଢିଥିବା ଯୋଗୁଁ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମାତ୍ର ୫୬ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହେବା ଯୋଗୁଁ ସାମ୍ବାଦିକ ଜଗତରେ ଦୁଃଖର ବାତାବରଣ ଖେଳିଯାଇଛି । ଏହି ବୈଠକରେ ଡିଜିଟାଲ ମିଡିଆ ଆସୋସିଏସନ୍ ଓଡ଼ିଶାର ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କ ସମେତ ଗୁମରଫ୍ ନିଉଜ୍ ର ସମ୍ପାଦକ ପ୍ରକାଶ ମିଶ୍ର ଆସୋସିଏସନ୍ ର ସଂପାଦକ ଖିରୋଦ ବେହେରା ,ଡ଼ି.ଏସ.ଏଲ.ଆର ନିଉଜର ସମ୍ପାଦକ ଜୀବନାନନ୍ଦ କର ସଭ୍ୟ ନୀତିଶ କୁମାର ସାହୁ ,ଇ.ରଞ୍ଜନ ,ଭଗବାନ ଦାସ ସାମ୍ବାଦିକ ସୁଶାନ୍ତ କୁମାର କର ,ପ୍ରମୁଖ ଶତପଥୀଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ୟପକ୍ଷରେ ପ୍ରମେୟର ବରିଷ୍ଟ ସାମ୍ବାଦିକ ଗିରିଶ କୁମାର ପାଢିଙ୍କ ଅକାଳ ବିୟୋଗରେ ମଧ୍ୟ ଏହି ବୈଠକରେ ଶୋକ ପ୍ରକାଶ କରାଯିବା ସହ ଉଭୟ ସାମ୍ବାଦିକଙ୍କ ଶୋକ ଶୋକସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ପ୍ରଦାନ କରାଯାଇଥିଲା ।

Advertisement