ବ୍ରହ୍ମପୁର ଇକୋସ ଚକ୍ଷୁ ଚିକିତ୍ସାଳୟରେ :ସ୍ବାସ୍ଥ୍ୟ ସମସ୍ୟା ନେଇ ଆଲୋଚନା ଚକ୍ର

284
ADVERTISEMENT

ବ୍ରହ୍ମପୁର,o୮/o୯(ଇ.ରଞ୍ଜନ) : ସ୍ବାସ୍ଥ୍ୟ ଓ ଶିକ୍ଷା ଫୋରମ ଗଂଜାମ ପକ୍ଷରୁ ଇକୋସ ଆଇ ହସ୍ପିଟାଲ ସମ୍ମୀଳନୀ କଷରେ ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା ଉପରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି। ଏହାକୁ ଗଂଜାମ ଓକିଲ ସଂଘ ସଭାପତି ଓ ସଂପାଦକ ଉଦଘାଟନ କରିଥିଲେ। ୨୦୦୯ ମସିହା ଶିକ୍ଷା ଅଧିକାର ଆଇନ ହେଉ କିମ୍ବା ୨୦୧୭ ମସିହା ଜାତୀୟ ସ୍ବାସ୍ଥ୍ୟ ନୀତି ଦ୍ବାରା ଶିକ୍ଷା ଓ ସ୍ବାସ୍ଥ୍ୟ କୁ ନିଶୁକ୍ଳ କରିଛନ୍ତି।ଭାରତ ବଷରେ ସ୍ବାସ୍ଥ୍ୟ ସୁବିଧା ପାଇବାରୁ ବହୁ ଗରିବଶ୍ରେଣୀର ଲୋକ ବଞ୍ଚିତ ହେଉଥିବା ବେଳେ ୨୩ ପ୍ରତିଶତ ପରିବାର ଟକାଂ ଖଚ ପାଇ ଭୟରେ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିସ୍ଛା ନିମନ୍ତେ ଆସନ୍ତି ନାହିଁ।ଏହି କର୍ମଶାଳାରେ ୬୦ରୁ ଉଦ୍ଧ ଆଇନଜୀବି ଓ ସାମୁହିକ ସଭ୍ୟ ସମାଜର ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। କାଯ୍ୟକ୍ରମରେ ଆକ୍ସଫାମ ଇଣ୍ଡିଆର ସନ୍ତୋଷ କୁମାର ପାତ୍ର,ଜନସ୍ବାସ୍ଥ୍ୟ ଅଭିଯାନର ଗୌରାଗଂ ମହାପାତ୍ର, ଶିକ୍ଷା ଅନୁସନ୍ଧାନର ଅନିଲ ପ୍ରଧାନ,ସିଏସିର ଗୁରୁଚରଣ ପାତ୍ର,ଓ୍ବାଇଏସଡିର ସମ୍ପାଦକ ବିଭୂପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Advertisement