ଦିଗପହଣ୍ଡି ଠାରୁ ଆସିକା ଗମନା ଗମନ ବ୍ୟବସ୍ଥା ବନ୍ଦ

353
ADVERTISEMENT

ଦିଗପହନଣ୍ଡି,o୭/o୯(ଏଜେନସି) : ଲଗାଣ ବର୍ଷା କାରଣରୁ ପାଟପୁର-ଶେରଗଡ଼ ରାସ୍ତା ପଳାସପୁର ବୁଦ୍ଧେଶ୍ଵର ମନ୍ଦିର ଠାରୁ ୨୦୦ମିଟର ଆସିକା ରାସ୍ତାରେ ଥିବା ବହୁ ପୁରୁଣା ପୋଚକା ନାଳ ବ୍ରିଜ୍ ଆଜି ସଂଧ୍ୟା ୫.୩୦ ମିଟର ଅପ୍ରତ୍ୟାଶୀତ ଭାବେ ଭାଙ୍ଗିଯାଇଅଛି । ଯାହା ଫଳରେ ଦିଗପହଣ୍ଡି ଠାରୁ ଆସିକା ଗମନା ଗମନ ବ୍ୟବସ୍ଥା ଠପ୍ ହୋଇଅଛି ।ମିଳିଥିବା ସୂଚନା ଅନୁସାରେ ଗୋଟିଏ ବାଇକ ଉକ୍ତ ପୋଲରେ ଅତିକ୍ରମ କରୁଥିବା ବେଳେ ଭୟଙ୍କର ପ୍ରଳୟ ସ୍ରୋତ ଆସିବାରୁ ପଡ଼ିଯାଇଥିଲେ।
ସୌଭାଗ୍ୟ ବଶତଃ ଆରୋହୀ ସହ ଦୁଇ ଜଣ ଉଧାର ହୋଇଥିବା ବେଳେ ଭାସିଥିବା ବାଇକର ପତ୍ତା ମିଳୁନାହିଁ। ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅବସ୍ଥା ଅନୁଧ୍ୟାନ କରିବା ସହ ଉଭୟ ପଟରେ ରହିଥିବା ଯାନ ଭାହାନ ଗୁଡିକୁ ନିୟନ୍ତ୍ରଣ କରିବାକୁ ଅନ୍ୟ ରାସ୍ତାରେ ଯିବାକୁ ପରାମର୍ଶ ଦେଇଛନ୍ତି । ଉଭୟ ପଟରୁ ରାସ୍ତାକୁ ସିଲ କରି ଗମନା ଗମନ ବ୍ୟବସ୍ଥାକୁ ଉକ୍ତ ପୋଲ ଦେଇ ସାଂପୂର୍ଣ୍ଣ ନିଷିଦ୍ଧ କରିଛନ୍ତି ।

Advertisement