Sunday, September 20, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର:ଦଳବଦଳ କରୁଥିବା ନେତାଙ୍କ ରୋଚକ ଘଟଣା

ବ୍ରହ୍ମପୁର:ଦଳବଦଳ କରୁଥିବା ନେତାଙ୍କ ରୋଚକ ଘଟଣା

458
ADVERTISEMENT

ବ୍ରହ୍ମପୁର, (ଦୁନିଆ ହାଲ୍ ଚାଲ୍) : ଏଥର ନିର୍ବାଚନ ଋତୁରେ ନେତାଙ୍କ ଦଳବଦଳ ରେକର୍ଡ ଭାଙ୍ଗିଛି। ଗଞ୍ଜାମ ଜିଲ୍ଲାରେ ଅଧିକ ନେତା ଦଳ ବଦଳାଇଛନ୍ତି। ରାଜ୍ୟରେ ଏହି ସ˚ଖ୍ୟା ଶହେ ଟପିଛି। ହେଲେ ଦଳବଦଳ କରୁଥିବା ନେତା ଅନ୍ୟ ଦଳକୁ ଯାଇଥିଲେ ମଧ୍ୟ ପୁରୁଣା ଅଭ୍ୟାସ କାରଣରୁ ଭାଷଣ ଦେବା ବେଳେ ହଡ଼ବଡ଼େଇବା କେତେକ ରୋଚକ ଘଟଣା ନଜରକୁ ଆସିଛି। ଗତ ସପ୍ତାହକ ମଧ୍ୟରେ ଜିଲ୍ଲାରେ ୩ ଜଣ ନେତାଙ୍କ ଭାଷଣରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି।ଗତ ୧ ତାରିଖରେ ଗୋପାଳପୁର ନିର୍ବାଚନମଣ୍ତଳୀର ରଣ୍ଢା ଠାରେ ବିଜେଡିର ନିର୍ବାଚନ ପ୍ରଚାର ଚାଲିଥିଲା। ରଣ୍ଢା ଛକରେ ଆୟୋଜିତ ପଥପ୍ରାନ୍ତ ସଭାରେ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ତଥା ବିଜେଡି ନେତା ଯୋଗ ଦେଇ ଗୋପଳପୁର ବିଜେଡିର ବିଧାନସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଥିଲେ। ସେ ଭାଷଣ ଦେବା ବେଳେ କହୁ କହୁ ବିଜେଡି ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ମୋହର ମାରି ଜୟଯୁକ୍ତ କରାନ୍ତୁ ବୋଲି କହି ଦେଇଥିଲେ। ଏହାକୁ ନେଇ ନାନା ଚର୍ଚ୍ଚା ଜୋର ଧରିଥିଲା। ଦୁଇ ଦିନ ତଳୁ କ˚ଗ୍ରେସ ଛାଡ଼ି ବିଜେଡିକୁ ଆସିଥିଲେ ଅଲେଖ ବାବୁ। ହେଲେ ହାତ ଚିହ୍ନ ଏ ଯାଏଁ ଭୁଲି ପାରୁ ନ ଥିବା ଚର୍ଚ୍ଚା ଧରିଥିଲା ।



Advertisement