ହିଂଜିଳି ଅଂଚଳରେ ଡେଙ୍ଗୁ ବ୍ୟାପିବା ପରେ ଚେତିଲା ପ୍ରଶାସନ ; ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ

349
ADVERTISEMENT

ହିଂଜିଳିକାଟୁ,o୫/o୯(ଶେଷଦେବ ସାହୁ): ହିଂଜିଳି ଥାନା ଅଂଚଳରେ ୨ ଜଣ ବ୍ୟକ୍ତି ଡେ଼ଙ୍ଗୁ ରୋଗରେ ଆକ୍ରାନ୍ତ ହେବା ପରେ ପ୍ରଶାସନର ଚେତା ପଶିଛି । ହିଂଜିଳି ଥାନା ଚାନ୍ଦୁଲି ଗ୍ରାମର ନାରାୟଣ ସ୍ୱାଇଁ (୧୯) ଓ ଠୁରୁବୁରାଇ ଗ୍ରାମର ହୃଷିକେଶ ସାହୁ (୧୮) ଦୀର୍ଘ ଦିନ ଧରି ଜ୍ୱରରେ ଆକ୍ରାନ୍ତ ହୋଇପ୍ରଥମେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଓ ପରବର୍ତି ସମୟରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ଶୁକ୍ରବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ମାଇକ୍ରୋ ବାୟୋଲୋଜି ବିଭାଗ ପକ୍ଷରୁ ରକ୍ତ ନମୁନା ପରୀକ୍ଷା ପରେ ଉଭୟ ବ୍ୟକ୍ତି ଡେ଼ଙ୍ଗୁ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ସେ ଦୁହେଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ୪ନଂ ଡେ଼ଙ୍ଗୁ ୱାଡର଼୍ରେ ଚିକିତ୍ସିତ ହେଉଛନ୍ତି । ବୁଧବାର ଏ ନେଇ ହିଂଜିଳିକାଟୁ ବ୍ଳକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଳକ ଚାନ୍ଦୁଲି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ଅଭିଯାନ ଅନୁଷ୍ଟିତ ହୋଇଯାଇଛି । ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ସରପଂଚ ଲକ୍ଷ୍ମଣ ଗୌଡ଼, ପିଇଓ ସୁଶାନ୍ତ କୁମାର ପାତ୍ର, ବେଲଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ଃ. ଅନିଲ କୁମାର ରଥ, ବିପିଏମ ଶଶାଙ୍କ କୁମାର ପଣ୍ଡା, ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ପଂଚାନନଦାଶ, ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଅଶୋକ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଡେ଼ଙ୍ଗୁ ରୋଗର କାରଣ ଓ ଏହାର ନିରାକରଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବୈଠକ ଶେଷ ପରେ ଉପସ୍ଥିତ ଅଧିକାରୀ ମାନେ ଗ୍ରାମ ପରିକ୍ରମା କରି ବିଭିନ୍ନ ସାହି ବସ୍ତିର ନାଳନର୍ଦ୍ଧମା ଓ ଘର ନିକଟରେ ଜମି ରହିଥିବା ଅପରିଷ୍କାର ଜଳକୁ ବୁଲି ଦେଖିବା ସହ ନିରାକରଣ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ରୋଜଗାର ସେବକ ଶ୍ରୀକାନ୍ତ ପଣ୍ଡା, ହରିହର ଚୌଧୁରୀ, ଏଏନଏମ କାଂଚନବାଳା ଦାଶ, ବହୁ ଅଙ୍ଗନବାଡ଼ି, ଆଶା କର୍ମୀଙ୍କ ସମେତ ସଂପୃକ୍ତ ଗ୍ରାମର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Advertisement