ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ

244
ADVERTISEMENT

ଗୋପାଳପୁର,o୪/o୯(ଏଜେନସି) : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମଙ୍ଗଳବାର ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିଲା। ଏହି ଅଞ୍ଚଳରେ ୱେଲମାର୍କ କରାଯାଇଛି , ଅନବରତ ବର୍ଷା ଫଳରେ ସମୁଦ୍ର ଅଶାନ୍ତ ରହିବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁ ପର୍ଯ୍ୟଟକମାନେ ଗାଧୋଇବାର ମଜା ଉଠାଇ ପାରୁନାହାନ୍ତି। ମଙ୍ଗଳବାର ଗଞ୍ଜାମ ଜିଲାରେ ୧୫ ରୁ ୧୬ ମିମି ବର୍ଷା ହୋଇଛି। ବଡ଼ ବଡ଼ ଜୁଆର ଆସି କୂଳ ଲଙ୍ଘୁଥିବା ଡପଲର ଇନ୍‌ଚାର୍ଜ ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି ।

Advertisement