ପାରଳାଖେମୁଣ୍ଡି ରେଳଷ୍ଟେସନ ; ଅତ୍ୟନ୍ତ ଅବ୍ୟାବସ୍ତା ଦେଇ ଗତି କରୁଛି

361
ADVERTISEMENT

ପାରଳାଖେମୁଣ୍ଡି,o୩/o୯(ପ୍ରଭାତ କୁମାର ପାତ୍ର ) : ଗତ୧୦ ବର୍ଷହେଲାଣି ପାରଳାଖେମୁଣ୍ଡି ରେଳଷ୍ଟେସନ ଅତ୍ୟନ୍ତ ଅବ୍ୟାବସ୍ତା ଦେଇ ଗତି କରୁଛି । ୧୯୦୦ ମସିହା ଠାରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏହା ନେରଗେଜ ରେଳପଥ ଥିଲା। ବ୍ରଡଗେଜରେ ପରିଣତ କରିବା ପାଇଁ ଏହି ନେରଗେଜ ରେଳପଥକୁ ୨୦୦୦ ମସିହାରେ ଉଠାଇ ଦିଆଯାଇଥିଲା । ବ୍ରଡଗେଜରେ ପରିଣତ ହେବା ପରେ ଏଥିରେ ପୁରୀ ଠାରୁ ଗୁଣୁପୁର ଭାୟା ପାରଳାଖେମୁଣ୍ଡି ଦେଇ ରେଳ ଚଳାଚଳ ଆରମ୍ଭ ହୋଇଥିଲା। ଦିର୍ଘ ୧୦ ବର୍ଷ ମଧ୍ୟରେ ଏହି ରେଳପଥରେ ବର୍ତମାନ ଦୁଇ ଯୋଡା ଲେଖାଏଁ ପୁରୀ – ଗୁଣୁପୁର, ବିଶାଖାପାଟଣା – ଗୁଣପୁର, ରାଉରକେଲା – ଗୁଣୁପୁର ରାଜାରାଣୀ ଏକ୍କ ପ୍ରେସ ପ୍ରଭୃତି ଟ୍ରେନ ପାରଳାଖେମୁଣ୍ଡି ଦେଇ ଚଳାଚଳ କରୁଛି। ସମସ୍ତ ରେଳଷ୍ଟେସନ ଗୁଡିକ ମଧ୍ୟରେ ପାରଳାଖେମୁଣ୍ଡି ହେଉଛି ଏକ ମୁଖ୍ୟ ରେଳଷ୍ଟେସନ। ହେଲେ ମଧ୍ୟ ଏଠାରେ ରେଳ ଯାତ୍ରୀମାନଙ୍କ ନିମନ୍ତେ ମୈାଳିକ ସୁବିଧା କିଛି ନାହିଁ।
ପାରଳାଖେମୁଣ୍ଡି ରେଳଷ୍ଟେସନରେ ପ୍ଳାଟଫାମର ଉଚ୍ଚତା କମ ଥିବା ଯୋଗୁଁ ମୁଖ୍ୟତଃ ବୟସ୍କ ବ୍ୟକ୍ତି ମାନେ ଟ୍ରେନ ଉପରକୁ ଚଢ଼ିବା ଓ ଓହ୍ଲାଇବା ପାଇଁ ବୋହୂ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଶୈାଚାଳୟ ବ୍ୟବସ୍ଥା ନାହିଁ। ଯେଉଁ ଶୈାଚାଳୟଟି ରହିଛି ତାହା ତାଲା ମାରି ରଖାଯାଇଛି। ଷ୍ଟେସନରେ ଦୋକାନ ଟିଏ ନାହିଁ , ପାନୀୟଜଳର ବ୍ୟବସ୍ଥା ନାହିଁ । ନାଳର ବ୍ୟବସ୍ଥା ଅଛି ଏଥିରେ କୁଢକୁଢ ମଇଳା ରହିଛି ଏହାକୁ ସଫାସୁତୁରା କରାଯାଉନଥିବାରୁ ଅପରିଷ୍କାର ହୋଇଥିବାରୁ ପରିବେଶ ଗନ୍ଧମୟ ହୋଇପଡିଛି। ବସିବା ପାଇଁ ଆବଶ୍ୟକ ବ୍ୟାଞ୍ଚ ବ୍ୟବସ୍ଥା ନାହିଁ, ବିଶ୍ରାମାଗାରଟିଏ ମଧ୍ୟ ନାହିଁ ବୋଲି ବରିଷ୍ଠ ଆଇନଜୀବୀ ଓ ଜଣେ ମହିଳା ଅଭିଯୋଗ କରିଛନ୍ତି । ଏହି ରେଳପଥ ଦେଇ ଅନେକ ଟ୍ରେନ ଚଳାଚଳ କରୁଛି । ଦୈନିକ ଏହି ଷ୍ଟେସନରୁ ଅଣରୁତୁରେ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ଵ ଏବଂ ରୁତୁରେ ଲକ୍ଷାଧିକ ଟଙ୍କା ଟିକଟ ବାବଦରେ ରାଜସ୍ବ ଟଙ୍କା ମିଳୁଛି ହେଲେ ଯାତ୍ରୀ ମାନଙ୍କ ପାଇଁ ଯେଭଳି ସୁବିଧା ମିଳିବା କଥା ତାହା ମିଳୁନାହିଁ। ଏତେ ବଡ଼ – ଷ୍ଟେସନ ବହୁତ ଲୋକ ବିଭିନ୍ନ ଅଞ୍ଚଳକୁ ଯିବା ଆସିବା କରୁଛନ୍ତି। ହେଲେ ମଧ୍ୟ ଏହି ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ବ୍ୟବସ୍ଥା କଛି ନାହିଁ ବୋଲି ଅଭିଯୋଗ କରି ଦୁଇ ଯାତ୍ରୀ କହିଛନ୍ତି।

Advertisement