ଗଣେଷ ପୂଜା ଚାନ୍ଦା ନଦେବାରୁ ୧୮ ଚକିଆ ଟ୍ରକକୁ ପଥର ମାଡ଼!

317
ADVERTISEMENT

ବାଲିଗୁଡା/ତୁମୁଡିବନ୍ଧ,o୨/o୯ (ସୁରେଶ କୁମାର ପଣ୍ଡା ) : ଗଣେଷ ପୂଜା ପାଇଁ ଚାରିଆଡେ ଚାଲିଛି ବ୍ୟାପକ ପ୍ରସ୍ତୁତି। ଧୁମଧାମରେ ପାଳନ କରିବାକୁ ସମସ୍ତଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ହେଲେ ଜବରଦସ୍ତ ଚାନ୍ଦା ଆଦାୟ ଗାଡି ଚାଳକଙ୍କୁ ଅସୁବିଧା ରେ ପକାଉଛି l  ୫୯ ନମ୍ବର ଜାତୀୟ ରାଜପଥ ଉପରେ ଆଦାୟ କରାଯାଉଛି ଗଣେଷ ପୂଜା ଚାନ୍ଦା। ଚାନ୍ଦା ନଦେବାରୁ ରବିବାର ଦିନ ୨ଟା ବେଳେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ଠାରେ ୫୯ ନମ୍ବର ଜାତୀୟ ରାଜପଥ ଉପରେ ଯାଉଥିବା ଏକ ୧୮ ଚକିଆ ଟ୍ରକ ଓଡି-୧୪-ବି -୪୧୧୭ ଗାଡିକୁ ଅଞ୍ଚଳର କୌଣସି ଏକ ପୂଜା ଅନୁଷ୍ଠାନର କିଛି ଖଳ ପ୍ରକୃତିର ବ୍ୟକ୍ତି ପଥର ମାଡ଼ କରିଥିବା ଜଣାପଡିଛି। ପଥର ମାଡ଼ ହେବାରୁ ଗାଡିଟିର ସମ୍ମୁଖ କାଚଟି ଭାଙ୍ଗି ଯାଇଥିଲା। ଫଳରେ ଗାଡି ଚାଳକ କିଛି ସମୟ ପାଇଁ ଅସନ୍ତୋଷ ବ୍ୟକ୍ତ କରି ଗାଡିକୁ ରାସ୍ତା ଉପରେ ଅବରୋଧ କରି ରଖିଥିଲେ। ସଙ୍ଗେ ସଙ୍ଗେ ଅଞ୍ଚଳ ବାସୀଙ୍କ ମଧ୍ୟରେ  ଭିଡ଼ ଜମିଥିଲା । ଏ ନେଇ ପ୍ରଶାସନ ପକ୍ଷରୁ କେହି ମଧ୍ୟ ଘଟଣା ସ୍ଥଳରେ ନ ପହଞ୍ଚିବା ରୁ ବାଧ୍ୟ ହୋଇ ଟ୍ରକ ଚାଳକ ଗାଡି ନେଇ ପଳାଇଥିଲେ। ବେଆଇନ ଭାବେ ଜବରଦସ୍ତ ଚାନ୍ଦା କରିବା ଏକ ଦଣ୍ଡନିୟ ଅପରାଧ ହୋଇଥିଲେ ମଧ୍ୟ ପ୍ରଶାସନ ତରଫରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l

Advertisement