ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ

293
ADVERTISEMENT

ହିଞ୍ଜିଳିକାଟୁ,୦୧/୦୯(ଶେଷଦେବ ସାହୁ) : ଶନିବାର ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌରପରିଷଦ ହିଞ୍ଜିଳିକାଟୁ ପକ୍ଷରୁ ମହାଆଡ଼ମ୍ବର ସହକାରେ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଅଛି । ସକାଳ ୭ ଟାରେ ସ୍ଥାନୀୟ ସରକାରୀ ଏନଏଏସି ଉଚ୍ଚ ବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ପ୍ରଭାତ ଫେରି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ ପରିସରରେ ଏକତ୍ରିତ ହୋଇଥିଲେ । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌରପରିଷଦର ପୌରପ୍ରଶାସକ ତଥା ଗଂଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠି ଯୋଗଦେଇ ପତକା ଉତୋଳନ କରି ନିଜ ବକ୍ତବ୍ୟରେ ହିଞ୍ଜିଳିକାଟୁ ପୌରାଚଂଳକୁ ରାଜ୍ୟର ସର୍ବଶ୍ରେଷ୍ଟ ମୁ୍ୟନିସିପାଲିଟି ଭାବେ ଗଢି ତୋଳିବାକୁ ସହରବାସୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ପରବର୍ତିି ସମୟରେ ବହୁ ପୂର୍ବତନ କାଉନସିଲର ଓ ଦଳୀୟ କର୍ମୀ ମାନେ ବିଜୁ ପଟ୍ଟନାୟକ ଛକରେ ପହଂଚି ବିଜୁବାବୁଙ୍କ ପ୍ରତିମୂର୍ତିିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ପୌରପରିଷଦ ପରିସରରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଏଡ଼ିଏମ ଲକ୍ଷ୍ମୀକାନ୍ତ ସେଠି, ସମ୍ମାନିତ ଅତିଥି ଭାବେ ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୌରାଂଚଳ ଯୁବ ବିଜେଡ଼ି ସଭାପତି ସଂଜୟ କୁମାର ପଣ୍ଡା ପ୍ରମୁଖ ମଂଚାସିନ ଥିଲେ । ପାରିଷଦର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପୋଷାକ ବଟଂନ କରାଯାଇଥିଲା । ୭୧ ଜଣଙ୍କୁ ବାର୍ଦ୍ଧକ୍ୟ ଭତା, ୬ ଜଣଙ୍କୁ ୧୫ ହଜାର ଟଙ୍କା ଲେକାଏଁ ବିକଳାଙ୍ଗ ଭତା, ଜାତୀୟ ସହରାଚଂଳ ଜୀବିକା ମିଶନ ତରଫରୁ ୬ ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଲୋନ ପ୍ରଦାନ, ଏନ.ୟୁ.ଏଲ.ଏମ ମାଧ୍ୟମରେ ଗୋଟିଏ ଗୋଷ୍ଟିଙ୍କୁ ୨ଲକ୍ଷ ଟଙ୍କା ଋଣ ପ୍ରଦାନ, ପୌରାଂଚଳରେ ଅବସ୍ଥିତ ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ଶିକ୍ଷାର୍ଥୀଙ୍କୁ ନେଇ ପୂର୍ବରୁ ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବଂଟନ କରାଯାଇଥିଲା । ଏଥି ସହ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ପାଚିଲା ଫଂଳ ବଣ୍ଟନ, ରେଗିଡ଼ି ସାହିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ପୌରାଂଚଳ ୱାଡର଼୍ ସଂଖ୍ୟା ୧,୨,୩,୪ ଓ ୫ ସକାଶେ ହିଂଜିଳି ନେତାଜୀ କଲ୍ୟାଣ ମଣ୍ଡପ ପରିସର, ୱାଡର଼୍ ସଂଖ୍ୟା ୬,୭,୮ ଓ ୯ ନୁଆଁଗଡ଼ ନବୀନ ଭବନ, ୱାଡର଼୍ ସଂଖ୍ୟା ୧୦,୧୨ ଓ ୧୬ ସକାଶେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ, ୱାଡର଼୍ ସଂଖ୍ୟା ୧୧,୧୩,୧୪ ଓ ୧୫ ସକାଶେ ରାଜା ସାହି କୋଠଘର ଏବଂ ୱାଡର଼୍ ସଂଖ୍ୟା ୧୭,୧୮, ୧୯, ୨୦ଓ ୨୧ ସକାଶେ ଶାସ୍ତ୍ରୀଜୀ କଲ୍ୟାଣ ମଣ୍ଡପ ଆଙ୍କରୋଡ଼ା କଲ୍ୟାଣ ମଣ୍ଡପ ପରିସରରେ ୱାଡର଼୍ କାର୍ଯ୍ୟାଳୟର ଶୁଭାରମ୍ଭ କରାଯାଇଥିଲା । ଉକ୍ତ ୱାଡର଼୍ କାର୍ଯ୍ୟାଳୟ ପ୍ରତ୍ୟେହ ସକାଳ ୧୦.୩୦ ରୁ ଅପରାହ୍ନ ୧୨.୩୦ ପର୍ଯ୍ୟନ୍ତ ଖୋଲା ରହିବ । ସଂପୃକ୍ତ ୱାଡରେ ୱାଡର଼୍ ବାସୀ ନିଜର ଅସୁବିଧା, ଅଭିଯୋଗ ସଂପୃକ୍ତ ୱାଡର଼୍ କାର୍ଯ୍ୟାଳୟରେ ଦାଖଲ କରିବେ । ସନ୍ଧ୍ୟାରେ ପରିଷଦ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବହୁ ପୂର୍ବତନ କାଉନସିଲର, ସହରର ବହୁ ଜନସାଧାରଣ, ବୁଦ୍ଧିଜୀବି, ଏନଏସି ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀଙ୍କ ସମେତ ବହୁ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ପୌର ପରିଷଦର କନିଷ୍ଟ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ଟିକସ ଅସୁଲକାରୀ କୌଳାସ ଚନ୍ଦ୍ର ସାବତ, ଛବି ନାରାୟଣ ପଣ୍ଡା, ଏ. ମୋହନରାଓ ଆଚାରୀ, ଅଭିରାମ ସାହୁ, ଧନୁର୍ଦ୍ଧର ସ୍ୱାଇଁ, ରବିନ୍ଦ୍ର ନାହାକ, ସୁଶାନ୍ତ କୁମାର ବେହେରା, ସନ୍ଧ୍ୟାରାଣୀ ପଟ୍ଟନାୟକ, ସୁରେନ୍ଦ୍ର ଗୌଡ଼, ସୁବାଷ ଚନ୍ଦ୍ର ପଟ୍ଟନାୟକ, ଅରୁଣ କୁମାର ପାଢି, ଏନ. ଅରୁଣ କୁମାର, ବିବେକାନନ୍ଦ ମହାପାତ୍ର, ଭାସ୍କର ସାହୁ, ଲାଲମୋହନ ସେଠି, ସୁବାଷ ଚନ୍ଦ୍ର ଗୌଡ଼, ରାଜକୁମାରୀ ମଲ୍ଲିକ, ଇ. କିଶାନ କୁମାର ପାତ୍ରଙ୍କସମେତପୌର ପରିଷଦର କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Advertisement