ବୁଲା କୁକୁର ଯୋଗୁଁ ୫୯ନଂ ଜାତୀୟ ରାଜପଥରେ ଦୁର୍ଘଟଣା ବୃଦ୍ଧି ପାଉଛି

283
ADVERTISEMENT

କୁକୁଡାଖଣ୍ଡି,୩୧/୮(ଇ.ରଞ୍ଜନ ) : ବ୍ରହ୍ମପୁରରୁ କୁକୁଡାଖଣ୍ଡି ଦେଇ ଆସ୍କାକୁ ଯାଇଥିବା ୫୯ନଂ ରାଜପଥରେ ଦୈନିକ ଶହଶହ ବୁଲା କୁକୁର ,ଘୁଷୁରୀ, ଗାଈ ଏବଂମଇଁଷି ମାନଙ୍କର ଅବାଧ ଚଳପ୍ରଚଳ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ ସହ ବହୁ ବାର ଛୋଟ ବଡ଼ ଦୁର୍ଘଟଣା ମାନ ଘଟି ଧନଜୀବନ ହାନି ହେଉଥିବା ଅଭିଯୋଗ ହେଉଛି । ଦୂର୍ଘଟଣା ଯୋଗୁଁ ସଂଖ୍ୟଧିକ କୁକୁର ଏବଂ ଗାଈ ଗୋରୁଙ୍କ ମୁର୍ତ୍ୟୁ ହେଉଥିବା କିମ୍ବା ଦୁଘଟଣା ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିବା ଲକ୍ଷ କରାଯାଇଛି । ଅନ୍ୟ ପକ୍ଷରେ ସେହି ଶବ ଗୁଡିକ ପଚିସଢ଼ି ପରିବେଶକୁ କ୍ଷୟ ହେବା ସହ ସେଠାକାର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଦୁର୍ଗନ୍ଧରେ ପରିବେଶ ଦୂଷିତ ହେବା ସହ ଯାତାୟାତ କରୁଥିବା ଲୋକେ ଅସନ୍ତୋଷ ପ୍ରକାଶ କରୁଥାନ୍ତି, ତେଣୁ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହଇଛି ।

Advertisement