Friday, September 25, 2026
ADVERTISEMENT
Home ମନୋରଞ୍ଜନ ମାଟି ପାତ୍ର ଚା’ର ମଜା ନେଲେ ଅନନ୍ୟା-କାର୍ତ୍ତିକ

ମାଟି ପାତ୍ର ଚା’ର ମଜା ନେଲେ ଅନନ୍ୟା-କାର୍ତ୍ତିକ

325
ADVERTISEMENT

ମୁମ୍ବଇ,୩୧/୮(ଏଜେନସି) : ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପାଇଁ ବ୍ୟସ୍ତ ଅଛନ୍ତି। ଲକ୍ଷ୍ନୌରେ ଏବେ ଏହି ଫିଲ୍ମର ଶୁର୍ଟି ଚାଲିଥିବା ବେଳେ ଏଥିରୁ ଟିକେ ସମୟ ବାହାର କରି ସେ ମାଟି ପାତ୍ରରେ ଚା’ପିଇ ଏହାର ମଜା ଉଠାଇ ଥିବା ନଜର ଆସିଛି। ତେବେ ସେ ଏକା ନୁହେଁ ତାଙ୍କ ସହ ଚଙ୍କି ପାଣ୍ଡେଙ୍କ ଲାଡ୍‌ଲି ଅନନ୍ୟା ପାଣ୍ଡେଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଉଭୟ ଶୁଟିଂ ଶେଟ୍‌ରୁ କିଛି ସମୟ ପାଇଁ ବାହରକୁ ଆସି ଲକ୍ଷ୍ନୌରେ ମିଳୁଥିବା ଲୋକପ୍ରିୟ ମାଟି ପାତ୍ର ଚା’ ପିଉଥିବା ଦେଖାଯାଇଛି। ଆଉ ସେହି ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisement