ବନ୍ଧୁତାପୂଣ୍ଣ କ୍ରିକେଟ୍ ଅନୁଷ୍ଠିତ ହୋଇଯାଇଛି

590
ADVERTISEMENT

ପାରଳାଖେମୁଣ୍ଡି ,୩୧/୮(ପ୍ରଭାତ କୁମାର ପାତ୍ର ) : ସ୍ୱୟତ ଶାସନ ଦିବସ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ସାମ୍ବାଦିକ ଏକାଦଶ ଓ ପୈାରପରିଷଦ ଏକାଦଶ ମଧ୍ଯରେ ଏକ ବନ୍ଧୁତାପୂଣ୍ଣ କ୍ରିକେଟ୍ ମ୍ୟାଚ ଗତ କାଲି ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ଏକାଦଶ ଟସ୍ ଜିତି ପ୍ରଥମେ ଫିଲ୍ମିଂ କରିବାର ନିଷ୍ପତ୍ତି ନେଇଥିଲେ। ପୈାରପରିଷଦ ଏକାଦଶ ବ୍ୟାଟାଙ୍ଗ୍ ଆରମ୍ଭ କରି ପ୍ରଥମରୁ ହିଁ ସାମ୍ବାଦିକ ଏକାଦଶ ଅଧିନାୟକ ବାସୁଦେବଙ୍କ ବୋଲିଂ ଓ ରାମ ଗୋବିନ୍ଦଙ୍କ ଆକଷଣୀୟ ଫିଲ୍ମିଂ ଯୋଗୁଁ ବ୍ୟାଟିଂ ବିପଯ୍ୟୟର ସମୁଖିନ ହୋଇଥିଲେ। ପୈାର ଏକାଦଶ ନିର୍ଧାରିତ ୧୪ ଓଭରରେ ସମସ୍ତ ଓିକେଟ୍ ହରାଇ ୭୬ ରନ୍ କରିବାର ସାମକ୍ଷ ହୋଇଥିଲା। ୭୭ ରନ୍ ର ବିଜୟ ଲକ୍ଷ ରଖି ବ୍ୟଟାଙ୍ଗୀ ଆରମ୍ଭ ହୋଇଥିଲା ସାମ୍ବାଦିକ ଏକାଦଶ। ଦଳର ଦୁଇ ଓପେନର ଆଦର୍ଶ ଓ ସନ୍ତୋଷ ଦୃଢ ବ୍ୟାଟିଂ କରି ଥିଲେ।ଶେଷ ମୁହୂର୍ତ୍ତରେ ହରିହର ବିଷ୍କରୋକ୍ ବ୍ୟାଟିଂ ବଳରେ ମାତ୍ର ୧୨ ଓଭରରେ ଲକ୍ଷ ହାସଲ କରି ବିଜୟ ହୋଇଥିଲେ।

Advertisement