Thursday, September 24, 2026
ADVERTISEMENT
Home ଆଞ୍ଚଳିକ ମା ବୁଢ଼ୀଠାକୁରାଣୀଙ୍କ ଘଟ ଯାତ୍ରା ଏବଂ କଳାକୁଞ୍ଜ ଓ ରଥକୁ ଆମନ୍ତ୍ରଣ

ମା ବୁଢ଼ୀଠାକୁରାଣୀଙ୍କ ଘଟ ଯାତ୍ରା ଏବଂ କଳାକୁଞ୍ଜ ଓ ରଥକୁ ଆମନ୍ତ୍ରଣ

428
ADVERTISEMENT

ବ୍ରହ୍ମପୁର,(ଦୁନିଆ ହାଲ୍ ଚାଲ୍ ):ଠାକୁରାଣୀ ଯାତ୍ରାକୁ ନେଇ ବ୍ରହ୍ମପୁର ସହର ଚଳଚଂଚଳ । ମା ବୁଢ଼ୀ ଠାକୁରାଣୀଙ୍କ ଘଟ ବୁଧୁବାର ସନ୍ଧ୍ୟାରେ ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ ପୀଠରୁ ବାହାରି ମହୁରୀ ରାଜବାଟି ଯାଇଥିଲା ।ସେଠାରୁ ପୁଣି ଦେଶୀ ବେହେରା ସାହି ଦେଇ ଗୁଡ ବଜାର ଜେନା ବଜାର ଯାଇଥିଲା ।ସେଠାରୁ ବିନାୟକ ଆଚାର୍ଯ୍ୟ ଖୁଆଡ ଦେଇ ସୀତାରାମ ସାହି, ପନ୍ଦରା ସାହି ଦେଇ ଶଙ୍କରପୁରୁ ସାହିକି ଯାଇଥିଲା । ସେଠାରୁ ପୁଣି ରାଜା ସାହି , କେଉଟ ସାହି ହୋଇ ଅସ୍ଥାୟୀ ପୀଠରେ ପହଂଚି ଥିଲା ବୋଲି ପରିଚାଳକ ଶ୍ରୀ ଦୁର୍ଗା ପ୍ରସାଦ କହିଛନ୍ତି । ତାଙ୍କ ସ୍ତ୍ରୀ ମୁଖ୍ୟ ଘଟ ମୁଣ୍ଡାଇଥିଲେ । ଏବଂ ଜେନା ସାହିର ବୀର ଲକ୍ଷ୍ମଣ ରଥ, ସୀତାରାମ ସାହିରେ ନାର୍ଗାଜୁନ ରଥ, ଶଙ୍କରପୁର ସାହିରେ ରାମ ରଥ କୁ ଆମନ୍ତ୍ରଣ କରିଥିଲେ ।ସେହିପରି ପଞରା ସାହି ଓ ରାଜା ସାହିରେ ଦୁଇଟି କଳା କୁଞକୁ ମଧ୍ୟ ଆମନ୍ତ୍ରଣ କରିଥିଲେ । ମୋଟ ୧୦ ଟି ରଥକୁ ତିନି ଦିନରେ ଆମନ୍ତ୍ରଣ କରିସାରିଲେଣି ।

Advertisement