ହିଂଜିଳିକାଟୁ, ୩୦/୮ (ଶେଷଦେବ ସାହୁ): ଚଳିତ ସେପ୍ଟେମ୍ବର ୨ ତାରିଖରେ ପାଳିତ ହେବ ପାର୍ବତି ନନ୍ଦନ ଗଜାନନଙ୍କ ପୂଜାତ୍ସୋବ । ଏଥି ସକାଶେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳ ଗୁଡ଼ିକ ଚଳଚଂଚଳ ହୋଇପଡ଼ିଛି । ସ୍ଥାନୀୟ ଅଂଚଳର ଗଣେଶ ପୂଜା ଓ ଭସାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ଗୁରୁବାର ସନ୍ଧ୍ୟାରେ ହିଂଜିଳି ଥାନା ଅଭ୍ୟର୍ଥନା କକ୍ଷ ଗୃହ ପରିସରରେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜାନନଙ୍କ ପୂଜାତ୍ସୋବ ସମୟରେ ଜାତୀୟ ରାଜପଥ ଯେପରି ଅବରୋଧ ନହୁଏ ସେଥିପାଇଁ ଦୃଷ୍ଟି ପ୍ରଦାନ କରିବା, ପୂଜା ସମୟରେ ଅତ୍ୟଧିକ ଶବ୍ଦ ବ୍ୟବହାର ନକରିବା ସହ ଡ଼ିଜେ ବ୍ୟବହାର ନକରିବା, ପୂଜା ସକାଶେ ଶବ୍ଦ ଉପଜିଲ୍ଲାପାଳଙ୍କ ନିକଟକରୁ ଅନୁମତି ପତ୍ର ସଂଗ୍ରହ କରିବା , ବିଦ୍ୟୁତ ବ୍ୟବହାର ସକାଶେ ହୁକ୍ ବ୍ୟବହାର ନକରି ବିଦ୍ୟୁତ ବିଭାଗୀୟ ଉଚ୍ଚ କର୍ତୁପକ୍ଷଙ୍କସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଥାନା ଆଇଆଇସି ଦାସ ପରାମର୍ଶ ଦେଇଥିଲେ । ୮ ତାରିଖରେ ସମୂହ ବିସର୍ଜନ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ଭସାଣୀ ଦିବସରେ ସହରର ସମସ୍ତ ପୂଜା ପାଉଥିବା ଗଜାନଙ୍କୁ ସ୍ଥାନୀୟ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାନିୟମ ପରିସରରେ ଏକାଠି ହେବା ପରେ କ୍ରମାନ୍ୱୟରେ ନଗର ପରିକ୍ରମା କରି ମୂର୍ତି ବିସର୍ଜନ କରାଯିବ ।ନଦୀ ଜଳକୁ ଦୂଷିତ ନକରିବା ଲାଗି ସହରର କୌଣସି ଏକ ସ୍ଥାନରେ ଅସ୍ଥାୟୀ ଭାବେ ପୋଖରୀର ଖନନ କରି ମୂ୍ର୍ତି ବିସର୍ଜନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ବୈଠକରେ ସହରରେ ପୂଜା ପାଇବାକୁ ଥିବା ୩୦ ରୁ ଉଦ୍ଧ୍ୱର୍ ପୂଜା କମିଟି କର୍ମକର୍ତା ସାଗର ଦାସ, ସୁନିଲ କୁମାର ସାହୁ, ରାଜୁ ସାହୁ, ଚିମନ ସାହୁ, ବସନ୍ତ ବାରିକ, ରଂଜନ ନାୟକ, ସାଗର ସ୍ୱାଇଁ, ଆଶିଷ ମହାନ୍ତି, ସନ୍ତୋଷ ବାଡ଼ତ୍ୟା, ଜଗନ୍ନାଥ ନାୟକ, ପୁର୍ଣ୍ଣଚନ୍ଦ୍ର ମହାରଣା, କଳିଙ୍ଗ ଦାଶ, ଅନିଳ ସାହୁ, ରାଧାକୃଷ୍ଣ ବାଡ଼ତ୍ୟା, ମନୋଜ ମୁନି, ସୁଶାନ୍ତ ଦାସ, ପ୍ରକାଶ ଚନ୍ଦ୍ର ଶତପଥୀ, ରାକେଶ ମହାରଣା, ପ୍ରମୋଦ ମହାରଣା, ଗୋପବନ୍ଧୁ ବେହେରା, ସୁରେନ୍ଦ୍ର ବେହେରା, କେଦାର ପରିଡ଼ା, ପ୍ରଦିପ ମହାରଣା, ବଳରାମ ସ୍ୱାଇଁଙ୍କ ସମେତ ବହୂ ପୂଜା କମିଟି କର୍ମକର୍ତା ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ । ଥାନା ଏଏସଆଇ ରାଜନ ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

















