ଚିଲିକା ଉପରେ ଘୁରି ବୁଲିଲା ଉଡ଼ାଜାହାଜ; ଲୋକେ ଭୟଭିତ

325
ADVERTISEMENT

ବାଲୁଗାଁ,୩୦/୮(ଏଜେନସି) : ଚିଲିକା ଉପରେ ଘୂରି ବୁଲିଲା ଏକ ଅଜଣା ଉଡ଼ାଜାହାଜ ଭୂପୃଷ୍ଠରୁ ଅତି ନିକଟରେ ୮-୧୦ ଥର ଏହି ଉଡ଼ାଜାହାଜଟି ଚକ୍କର କାଟିବା ପରେ ସେଠାକାର ଲୋକେ ଭୟଭିତ ହୋଇ ପଡ଼ିଛନ୍ତି। ଗତକାଲି ସକାଳ ୧୦ ଟା ସମୟରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିଶେଷ କରି ସାତପଡ଼ା, ମହିସା, ବ୍ରହ୍ମଗିରି ଆଦି ଅଞ୍ଚଳର ଗାଁ ଲୋକେ ଏତେ ନିକଟରୁ ଉଡ଼ାଜାହାଜ ଦେଖି ଡରି ଯାଇଥିଲେ। ଘଟଣାର ତଦନ୍ତ ପରେ ମେରାଇନ୍ ଇନ୍ସପେକ୍ଟର କହିଛନ୍ତି, ଏହା ହେଉଛି କୋଷ୍ଟଗାର୍ଡର ଡୋନିଅର ପ୍ଲେନ୍‌। ଉପକୂଳ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଏହି ଉଡ଼ାଜାହାଜ ପଇଁତରା ମାରିଥିଲା।

Advertisement