ପାରଳାଖେମୁଣ୍ଡି ୨୯/୮(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ବିଭାଗ ତରଫରୁ ରାଜ୍ୟ କ୍ରୀଡ଼ା ଓ ଯୁବ – ସେବା ବିଭାଗ ଆନୁକୂଲ୍ୟରେ ହକିର କିମ୍ବଦନ୍ତି ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।

ଏହି ଅବସରରେ ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରୁ ବିଭିନ୍ନ ବାଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରାକୁ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ପରେ ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ। ଏହି ଅବସରରେ ସ୍ଥାନୀୟ ଗ୍ରାମିଣ ଆମ୍ଭନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ସ୍ତକ୍କଇମ୍ ଠାରେ ଫିଟ୍-ଇଣ୍ଡିଆ ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଓ ଅଭିଭାଷଣ ଉପରେ ଲାଇଭ-ଟେଲିକାସ୍କ ଟେଲିଭିଜନ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳ ଅନୁପମ ଶାହା ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀ ଓ ଖେଳାଳି ମାନଙ୍କୁ ଫିଟ୍-ଇଣ୍ଡିଆ ର ହାଂନ ଦିନ ଉପରେ କହି ନିଜକୁ ସୁସ୍ଥ ଓ ଦକ୍ଷ ରଖିବା ସହ ସମସ୍ତଙ୍କ ଠାରେ ଏହା ସମ୍ଭବ ହେବା ବେଳେ ଦେଶର ବିକାଶ ପଥ ଦୃଢ ଗତିରେ ଆଗେଇ ଯାଇପାରିବ ବୋଲି କହିଥିଲେ । ଶେଷରେ ନିଜକୁ ଶାରିରୀକ ଓ ମାନସିକ ଭାବେ ସବୁବେଳେ ସୁସ୍ଥ ଓ ଦକ୍ଷ ରଖିବା ସହ ଦେଶକୁ ସବୁ କ୍ଷେତ୍ରରେ ସୁସ୍ଥ ଓ ଦକ୍ଷ ରଖିବାରେ ସହାୟକ ହୋଇ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ଫିଟ୍-ଇଣ୍ଡିଆ ଅଭିଯାନକୁ ସାକାର କରିବା ପାଇଁ ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ, ଡିଆଇପିଆର ରବି ଚଦ୍ର ନାୟକ, ଡିସିପିଓ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।
















