ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

226
ADVERTISEMENT

ହିଂଜିଳିକାଟୁ, ୨୯/୮(ଶେଷଦେବ ସାହୁ) : ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହି ଅବସରରେ ହିଂଜିଳିକାଟୁ ପୌରାଂଚଳ ସରକାରୀ ବୃନ୍ଦାବନ ବିଦ୍ୟାପୀଠ ସଭାକକ୍ଷ ଗୃହରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଳନ କରାଯାଉଥିବା ଜାତୀୟ କ୍ରୀଡ଼ା ଦିବସର ସିଧା ପ୍ରସାରଣ ଏଲଇଡ଼ି ମାଧ୍ୟମରେ ବିଦ୍ୟାଳୟ ଶିକ୍ଷାର୍ଥୀ ମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା ।

ବର୍ତମାନ ସମୟରେ କ୍ରୀଡ଼ାର ଆବଶ୍ୟକତା ଓ ଶରୀର ସୁସ୍ଥ ରଖିବା ସମ୍ବନ୍ଧରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ଶିକ୍ଷାର୍ଥୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଗୁରୁବାର ଅପରାହ୍ନରେ ବିଦ୍ୟାଳୟ ପରିସରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କବାଡ଼ି ଓ ଖୋ-ଖୋ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଉପଖଣ୍ଡସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସକାଶେ ମନୋନେୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ କ୍ରୀଡ଼ା ଶିକ୍ଷୟତ୍ରୀ ପ୍ରଜ୍ଞାପ୍ରିୟଦର୍ଶନୀ ପାଣିଗ୍ରାହୀ ଓ ଶିକ୍ଷକ ବଟକୃଷ୍ଣ ପଣ୍ଡା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Advertisement