ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହାତାହାତି

269
ADVERTISEMENT

ହିଂଜିଳିକାଟୁ, ୨୯/୮(ଶେଷଦେବ ସାହୁ) : ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ କନିଷ୍ଠ ଶିକ୍ଷାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରସ୍ତୁତି ବେଳେ କୌଣସି କାରଣକୁ କେନ୍ଦ୍ର କରି ବୁଧବାର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଛି । ଘଟଣା ନେଇ ଗୋଟିଏ ଛାତ୍ର ଗୋଷ୍ଠୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅବଗତ କରିଥିବା ବେଳେ ଅପର ଗୋଷ୍ଠୀ ଏ ନେଇ ହିଂଜିଳି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଏଥି ନେଇ ହିଂଜିଳିକାଟୁ କଲେଜ ଅଧ୍ୟକ୍ଷ ସି.ଏଚ. ଚନ୍ଦ୍ରଶେକର ପୃଷ୍ଟି ଶୁକ୍ରବାର ଶୃଙ୍ଖଳାଗତ କମିଟି ଡ଼କାଇ ଆଲୋଚନା କରାଯିବ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ହିଂଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ଉଭୟ ଗୋଷ୍ଠୀ ମଧ୍ୟରେ ଆପୋଷ ସମାଧାନ ହୋଇଯାଇଥିବା କହିଛନ୍ତି । ତେବେ ବୁଧବାର ଠାରୁ କଲେଜର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଊତେଜନା ଲାଗି ରହିଥିବା ବେଳେ କିଛି ଅଣଛାତ୍ର ଏଥିରେ ସାମିଲ ହୋଇ କଲେଜ ଛାତ୍ର ମାନଙ୍କୁ ଧମକ ଦେଉଥିବା ଶୁଣାଯାଇଛି । ପ୍ରକାଶ ଥାଉକି, ହିଂଜିଳିକାଟୁ କଲେଜରେ ଅଣଛାତ୍ର ଓ କଲେଜ ଛାଡ଼ିଥିବା ଛାତ୍ର ମାନେ କାମ୍ପାସ ମଧ୍ୟରେ ପଶି କଲେଜ ଛାତ୍ର ମାନଙ୍କୁ ଧମକାଉଥିବା ଓ ଛାତ୍ରୀ ମାନଙ୍କୁ ଦୃବ୍ୟବହାର କରୁଥିବା ନେଇ ଅଭିଯୋଗ ହେଉଛି । ପ୍ରକାଶ ଥାଉକି, ଗତ ୨୦୧୭-୧୮ ଶିକ୍ଷାବର୍ଷ ସମୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ମହାବିଦ୍ୟାଳୟ ପରିସରରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଏଥିରେ ୩ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ ।

Advertisement