ଗୁଣ୍ଠବନ୍ଧରେ ସିରିଜ ଚୋରି। ଦାୟିତ୍ବ ନେଉନେଉ ଚାଲେଞ।

317
ADVERTISEMENT

କୁକୁଡାଖଣ୍ଡି ,୨୯/୮(ଇ ରଞ୍ଜନ) : ସଦରଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମରୁ ସିରିଜ ଚୋରି , ଏକାଧିକ ଘରରୁ ସୁନା, ରୁପା ସାମଗ୍ରୀ ସହ ଟଙ୍କା ଓ ମୋବାଇଲ ଚୋରି ହୋଇଥିବା ସୂଚନା ମିଳିଛି । ବୁଧବାର ସଦରଥାନାରେ ନୂତନ ଥାନା ଅଧିକାରୀ ଭାବେ ସନ୍ତୋଷିନୀ ଓରାମ ଦାୟିତ୍ବ ଗ୍ରହଣ କରିବାର କିଛି ଘଣ୍ଟା ପରେ ଚୋର ମାନେ ଖୁଲମଖୁଲା ଚାଲେଞ କରିଛନ୍ତି ।

ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ନୂଆଁସାହିର ବିନୋଦ ପାତ୍ର , ସନ୍ତୋଷ କୁମାର ମାଝୀ ଓ ସୁରେଶ ମହାନ୍ତିଙ୍କ ଘରେ ଚୋରି ହୋଇଛି । ବିନୋଦ ପାତ୍ରଙ୍କ ଘରୁ ଗୋଟିଏ ମୋବାଇଲ କିଛି ସୁନା ଓ ରୁପା ଅଳଙ୍କାର , ନଗଦ ଟଙ୍କା ଘରର ଆଲମାରୀ ଭାଙ୍ଗି ନେଇଥିବା ବେଳେ ସନ୍ତୋଷ କୁମାର ମାଝୀଙ୍କ ଘରୁ ଦୁଇଟି ମୋବାଇଲ , ସୁରେଶ ମହାନ୍ତିଙ୍କ ଘରୁ ତିନୋଟି ମୋବାଇଲ ନେଇଥିବା ସୂଚନା ମିଳିଛି । ଖବରପାଇ ଘଟଣାସ୍ଥଳରେ ସଦରଥାନା ଆଇଆଇସି ସନ୍ତୋଷିନୀ ଓରାମ,ଏସଆଇ ସୁରେଶସାହୁଙ୍କ ସହ ଡଗ ସ୍ବ୍କାଡ ପହଞି ଘଟଣାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ଚଳାଇଛନ୍ତି ।

Advertisement