ମାଛ ଜାଲରୁ କୁମ୍ଭୀର ଉଦ୍ଧାର : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ

392
ADVERTISEMENT

ଦିଗପହଣ୍ଡି,୨୯/୮(ଏଜେନସି ) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରିଗାଁ ପଞ୍ଚାୟତ ମଣିଢିଅ ଗ୍ରାମରେ ମାଛ ଜାଲରୁ ବୁଧବାର ଏକ ଗୋମୁହା ପ୍ରଜାତିର କୁମ୍ଭୀର ଉଦ୍ଧାର ହୋଇଛି। କୁମ୍ଭୀରଟିର ଲମ୍ବ ପ୍ରାୟ ୫ ଫୁଟ ହୋଇଥିବା ବେଳେ ବୟସ ପ୍ରାୟ ୨ ବର୍ଷ ହେବ ବୋଲି ଜଣାପଡ଼ିଛି। ସକାଳୁ ଉକ୍ତ ଗ୍ରାମରେ ଥିବା ଏକ ପୋଖରୀରେ ଲୋକେ ମାଛ ଧରୁଥିବା ସମୟରେ ଜାଲରେ କୁମ୍ଭୀରଟି ଫସିଯାଇଥିଲା। କୁମ୍ଭୀରଟିକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ପରେ ଗ୍ରାମବାସୀ ଦିଗପହଣ୍ଡି ବନ ବିଭାଗକୁ ଜଣାଇଥିଲେ। ବନାଞ୍ଚାଳ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ରେଞ୍ଜର ରାଜାରାଓ ସୁବୁଦ୍ଧିଙ୍କ ନେତୃତ୍ୱରେ ବନରକ୍ଷୀ ମୁରଲୀଧର ନାୟକ, ନିରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଁଞ୍ଚି କୌଶଳକ୍ରମେ ଜାଲରୁ କୁମ୍ଭୀରକୁ ଉଦ୍ଧାର କରିଥିଲେ। କୁମ୍ଭୀରଟିକୁ ଉଦ୍ଧାର ପରେ ନିକଟସ୍ଥ ଘୋଡ଼ାହାଡ ଡ୍ୟାମରେ ଛାଡ଼ି ଦିଆଯାଇଥିବା ରେଞ୍ଜର କହିଛନ୍ତି।

Advertisement