ଦିଗପହଣ୍ଡି ଥାନାର ଦାୟିତ୍ୱ ଗ୍ରହଣ କଲେ ବସନ୍ତ କୁମାର ସେଠୀ

249
ADVERTISEMENT


ଦିଗପହଣ୍ଡି,୨୯/୮ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନାରେ ନୂତନ ଥାନା ଅଧିକାରୀ ରୁପେ ବସନ୍ତ କୁମାର ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୁର୍ବରୁ କାର୍ଯ୍ୟରତ ଥିବା ଥାନା ଅଧିକାରୀ ଗୌରାଙ୍ଗ ଚରଣ ସାହୁଙ୍କୁ ସମୁଦ୍ର ଉପକୂଳ ମେରାଇନ ଥାନା ଦାୟିତ୍ୱ ଦିଆଯାଇଛି । ଆଜି ଶ୍ରୀ ସେଠୀ ଦିଗପହଣ୍ଡି ଅଞ୍ଚଳର ସମସ୍ୟା ଓ ହାଲଚାଲ ପଚାରି ବୁଝିଥିଲେ । ପରେ ପରେ କିଛି ଚୋରା ମଦ ବେପାରୀକୁ ଧରି ଥିଲେ । ବିଗତ ଦିନରେ ଥାନା ବାବୁଙ୍କୁ ନେଇ ଅନେକ ପ୍ରଶ୍ନଵାଚି ସୃଷ୍ଟି ହୋଇଥିଲା । କିନ୍ତୁ ଆଜି ସେ ପ୍ରଥମ ଦିନରେ ତାଙ୍କ କମାଲ ଦେଖାଇଛନ୍ତି । ସଧାରଣ ଜନତାଙ୍କ ମନରେ ଭୟ ଦୁର ହୋଇଯାଇଛି । ଦିଗପହଣ୍ଡି ଅଞ୍ଚଳରେ ମଦ, ଜୁଆଆଡ୍ଡା , ଟ୍ରାଫିକ ସମସ୍ୟା ଆଦି ସମସ୍ୟାର ସମାଧାନ କରିବେ ବୋଲି ମତ ପ୍ରକାଶ କରିବା ସହ ପୋଲିସ ସେବା ନିର୍ଭୀକ ଭାବେ ଦିଆଯିବ ବୋଲି ମତ ପ୍ରକାଶ କରିଛନ୍ତି । ଏଭଳି କାର୍ଯକଳାପକୁ ବୁଦ୍ଧିଯିବି ମହଲରେ ପ୍ରଶଂସା କରିବା ସହ ଆଗାମୀ ଦିନରେ ଦିଗପହଣ୍ଡି ଅଞ୍ଚଳ ଶାନ୍ତିର ବାତାବାରଣ ଫେରିବ ବୋଲି ଚର୍ଚ୍ଚା ହେଉଛି ।

Advertisement